fbpx
BSKY
BJD MC SKY
BJD MS SKY

ହକି ଜଗତରୁ ଅବସର ନେଲେ ଦୀପଗ୍ରେସ: ବିଦାୟ ଘୋଷଣା କଲେ ଓଡ଼ିଆ ଷ୍ଟାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଶାର ସୁପରଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ଡେବ୍ୟୁ କରିଥିବା ଦୀପଗ୍ରେସ ଆଜି ଆନ୍ତର୍ଜାତୀୟ ହକିରୁ ବିଦାୟ ନେଇଛନ୍ତି । ଓଡ଼ିଶାରୁ ବାହାରି ଆନ୍ତର୍ଜାତୀୟ ହକି ଦଳରେ ସ୍ଥାନ ପାଇ ସେ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି । ଦୀପଗ୍ରେସ ନିଜ କ୍ୟାରିୟରରେ ୨ଟି ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସେହିପରି ୨୦୧୬ ମସିହାରେ ରିଓ ଏବଂ ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ସେ ଭାଗ ନେଇଥିଲେ । କିନ୍ତୁ ଆଜି ଦୀର୍ଘ ୧୩ ବର୍ଷର ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଓଡ଼ିଶାର ଷ୍ଟାର ହକି ପ୍ଲେୟର ଦୀପଗ୍ରେସ ଏକ୍କା ।

 

View this post on Instagram

 

A post shared by Deep Grace Ekka (@ekkadeepgrace)

Get real time updates directly on you device, subscribe now.