fbpx

ଏବେ ବି ଆଇଜି ପାର୍କରେ ବୁଲୁଛନ୍ତି ୧୦୦ ଟଙ୍କିଆ ଦେହଜୀବୀ: ପ୍ରଶାସନ କାହିଁକି ସାଜିଛି ନୀରବ ଦ୍ରଷ୍ଟା ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ବହୁ ପ୍ରସିଦ୍ଧ ଇନ୍ଦିରା ଗାନ୍ଧୀ ପାର୍କ ଏବେ ପାଲଟିଛି ଦେହଜୀବୀଙ୍କ ଆଡ୍ଡାସ୍ଥଳୀ । ଅଭିଯୋଗ ପରେ ଏବେ ଆଇଜି ପାର୍କରେ ବୁଳୁଛନ୍ତି ଦେହଜୀବୀ । ଖୁଲମଖୁଲା ସଭିଙ୍କ ଆଖିରେ ଧୂଳି ଦେଇ ଚକ୍କର କାଟୁଛନ୍ତି । ଯେଉଁଠି ଶିକାର ପାଉଛନ୍ତି ମାଡି ବସୁଛନ୍ତି । ଆଇଜି ପାର୍କ ରାଜଧାନୀର ଏକ ପ୍ରମୂଖ ପାର୍କ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହାର ନାମ ରହିଛି । ଏଥିପାଇଁ ଭୁବନେଶ୍ୱର ଆସୁଥିବା ପ୍ରତିଟି ବ୍ୟକ୍ତି ଆଇଜି ପାର୍କ ବୁଲିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ଦେହଜୀବୀ ମାନେ ଏହାର ଫାଇଦା ବେଶ୍ ଭଲଭାବରେ ଉଠାଉଛନ୍ତି ।

ଅଳ୍ପ ଟଙ୍କାରେ ଡିଲ କରିବା ପରେ ପାର୍କ ଭିତରେ ହିଁ ସର୍ଭିସ୍ ଦେଉଛନ୍ତି ଦେହଜୀବୀ, ଯାହାକି ଅନ୍ୟ ସ୍ଥାନରୁ ଆସୁଥିବା ଲୋକଙ୍କ ପକେଟକୁ ସୁହାଉଛି । ଅନ୍ୟପଟେ ପାନରୁ ଚୂନ୍ ଖସିଗଲେ ସେ ଲୋକଙ୍କୁ ଲୁଟି ନେଉଛନ୍ତି । ଜଣେ ନୁହଁ କି ଦୁଇ ଜଣ ନୁହଁ, ଏପରି ଏକାଧିକ ଦେହଜୀବୀ ଏଠାରେ ଆଡ୍ଡା କରୁଛନ୍ତି । ଏମାନଙ୍କ ଉପଦ୍ରବ ପାଇଁ ଆଇଜି ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗୁଛି । କିନ୍ତୁ ଏସବୁ ପ୍ରଶାସନ ଜାଣି ମଧ୍ୟ ନୀରବ ବସିଛି ।

ସୂଚନା ମୁତାବକ, ଏନେଇ ଆମୂଳଚୂଳ ସମସ୍ତ ଅଧିକାରୀ ଅବଗତ ଥିଲେ ସୁଦ୍ଧା କେହି ମୁହଁ ଫିଟାଇବାକୁ ନାରାଜ୍ । ଭିତରେ କାର୍ଯ୍ୟରତ ସୁରକ୍ଷା କର୍ମୀ ଏପରି ବ୍ୟବହାର କରୁଛନ୍ତି ଯେମିତି ଏମାନେ ମଧ୍ୟ ୟାଙ୍କ ସହ ସାମିଲ ଅଛନ୍ତି କିମ୍ବା ମୋଟା ଅଙ୍କର ପକେଟ ଗୁଞ୍ଜା ନେଉଛନ୍ତି । ଏପରିକି ପାର୍କ ପାଖରେ ପୋଲିସ ଅଭିଯାନ ପ୍ରତି ସମୟରେ ରହିଲେ ସୁଦ୍ଧା ଏମାନେ ତିଳେ ହେଲେ ଖାତିର୍ କରୁନାହାନ୍ତି । ପ୍ରଶାସନ ଏହାକୁ ଦେଖି କାହିଁକି ଚୁପ୍ ରହିଛି, ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । କେବେ ପ୍ରଶାସନ ଏ ଉପରେ କାର୍ଯ୍ୟାନୁଷ୍ଠାନ ନେବ ତାହା ହିଁ ଦେଖିବାକୁ ରହିଲା ।

ତେବେ ରାଜଧାନୀର ଉନ୍ନତି କରଣ ସହ ରକ୍ଷଣାବେକ୍ଷଣ ଦାୟିତ୍ଵରେ BDA ରହିଛି। ମାତ୍ର ଦୁଃଖର କଥା ହେଉଛି କି, BDA ଅଫିସ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା IG ପାର୍କ ଉପରେ ନଜର ପଡୁନାହିଁ। ସେପଟେ ଗେଟ ପାଖରେ କିଛି କିନ୍ନର ନିଜର ଆଡ୍ଡା ଜମାଉଥିବା ବେଳେ ପାର୍କ ଭିତରେ ଦେହଜୀବୀଙ୍କ ଆଡ୍ଡା ଚାଲିଛି । ଯେଉଥିପାଇଁ ଛୋଟ ପିଲା କିମ୍ବା ପରିବାର ଲୋକଙ୍କୁ ପାର୍କ କୁ ନେଇ ଆସିବାକୁ ଲୋକେ ପଛଘୁଞ୍ଚା ଦେଲେଣି। ଅନ୍ୟପଟେ ଦିନ ଦ୍ୱିପ୍ରହରରେ ମଧ୍ୟ ପାର୍କ ଭିତରେ ଗଣମାଧ୍ୟମ କ୍ୟାମେରାକୁ ଦେଖି ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ଘୋଡାଉଛନ୍ତି ଉପସ୍ଥିତ ସୁରକ୍ଷା କର୍ମୀ।

Get real time updates directly on you device, subscribe now.