fbpx

ପୁରୀ: ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ; ଏଯାଏଁ ହୋଇନି ମଙ୍ଗଳ ଆଳତି

Advertisement

ପୁରୀ: (ଓଡ଼ିଶା ଭାସ୍କର) ମହାପ୍ରଭୁଙ୍କ ଦିଅଁ ବିବାହ ନୀତିରେ ବିଳମ୍ବ । ନୀତି ବିଳମ୍ବ ଯୋଗୁଁ ହୋଇନାହିଁ ମଙ୍ଗଳ ଆଳତି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ସୂଚନା ।

ସୂଚନା ଅନୁସାରେ ଗତକାଲି ଦିନ ସାଢ଼େ ଦୁଇଟା ସମୟରେ ସେବକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । କହିବାକୁଗଲେ ଠିକ୍ ଭୋଗ ମଣ୍ଡପ ସମୟରେ କୌଣସି କାରଣକୁ ନେଇ ସେବକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ବୁଝାବଣା ହୋଇ ସବୁ ଠିକ୍ ହୋଇଯାଇଥିଲା ।

ନୀତି ଅନୁସାରେ ରୁକମଣୀ ହରଣ, ଜଳ କ୍ରୀଡ଼ା, ଶିଶୁପାଳ ସହ ଯୁଦ୍ଧ, ଶିଶୁପାଳ ପରାସ୍ତ ଓ ବନ୍ଧନ ତା ପରେ ମହାପ୍ରଭୁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଗତ କାଲି ଏକାଦଶୀ ଥିବାରୁ ଶ୍ରୀମନ୍ଦିର ଉପରକୁ ମଦାଦୀପ ଉଠିଥିଲା ।

Get real time updates directly on you device, subscribe now.