fbpx
BSKY SKY
BSKY SKY

AIIMS Delhi ପ୍ରସ୍ତୁତ କଲା ଏକ ସ୍ପେଶାଲ ଡିଭାଇସ୍: ଏଣିକି ଭୋକାଲ କର୍ଡ ବାହାର କରିବା ପରେ ବି କଥା କହିପାରିବେ ରୋଗୀ!

BSKY

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଓ ଆଇଆଇଟି ମିଳିତ ଭାବେ ଏକ ଖାସ୍ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି । ଏହି ଡିଭାଇସର ମୂଲ୍ୟ ବହୁତ ଶସ୍ତା ରହିଥିବା ବେଳେ ଏହାକୁ ବ୍ୟବହାର କରି ରୋଗୀମାନେ ହରାଇଥିବା ନିଜର ସ୍ୱରକୁ ପୁଣି ଥରେ ଫେରିପାଇବେ ବୋଲି କୁହାଯାଉଛି । ପୂର୍ବରୁ ଦୁନିଆରେ ଉପଲବ୍ଧ ରହିଥିବା ଏପରି ଡିଭାଇସର ମୂଲ୍ୟ ପାଖାପାଖି ୪୦ ହଜାର ଟଙ୍କା ରହିଥିବା ବେଳେ ତାହାକୁ ୬-୭ ମାସ ମଧ୍ୟରେ ବଦଳାଇବାକୁ ପଡ଼ୁଥିଲା ।

ମାତ୍ର ଭାରତରେ ତିଆରି ହୋଇଥିବା ଏହି ଡିଭାଇର ମୂଲ୍ୟ ମାତ୍ର ୨ ହଜାର ଟଙ୍କା ଭିତରେ ରହିବ । ତେଣୁ ଏହାକୁ ଗରିବ ଶ୍ରେଣୀର ରୋଗୀମାନେ ମଧ୍ୟ ବ୍ୟବହାର କରିପାରିବେ । ଏନେଇ କିଛି ରୋଗୀଙ୍କ ଠାରେ ଏହି ଭୋକାଲ କର୍ଡ ବ୍ୟବହାର କରାଯାଇଥିବା ବେଳେ ତାହା ସଫଳ ହୋଇଛି । ବିଶ୍ୱର ଅନ୍ୟ ସ୍ଥାନ ବିଶେଷ କରି ୟୁରୋପରେ ମିଳୁଥିବା ଏହି ଧରଣର ଡିଭାଇସ୍ ବହୁତ ମହଙ୍ଗା ହୋଇଥିବା ବେଳେ ତାହା ପରଫେକ୍ଟ ହୋଇନଥାଏ । ମାତ୍ର ଭାରତ ଏବେ ସେହି ଡିଭାଇସ୍ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଛି । ଏମ୍ସର ଇଏନଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଆଲୋକ ଠକ୍କର ଏ ବାବଦରେ ସୂଚନା ଦେଇଛନ୍ତି ।

ଭାରତରେ ତିଆରି ହୋଇଥିବା ଏହି ଡିଭାଇସ୍ ମାତ୍ର ୧- ୨ ହଜାର ଟଙ୍କାରେ ମିଳିପାରିବ । ଏଥିସହିତ ଏହି ଡିଭାଇସକୁ ୬-୭ ମାସ ଭିତରେ ବଦଳାଇବାକୁ ପଡ଼ିବ ନାହିଁ । ତେବେ ବର୍ତ୍ତମାନ ଏହି ଡିଭାଇସକୁ ବଜାରରେ ବିକ୍ରି କରିବା ନେଇ ଅନୁମତି ନଥିବା ବେଳେ ଖୁବଶୀଘ୍ର ତାହା ସମ୍ଭବ ହେବ । ରୋଗୀଙ୍କଠରେ ଏହି ଡିଭାଇସକୁ ଟ୍ରାଏଲ କରିବା ପୂର୍ବରୁ ତା’ର ରେଜିଷ୍ଟାନ୍ସ କରାଯାଇଥିଲା । ଦୁଇଟି ଡିଭାଇସ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ପରଫେକ୍ଟ ଥିବା ଜଣାପଡ଼ିଥିଲା । ତେଣୁ ତାହାକୁ ଫାଇନାଲ କରାଯାଇଥିଲା । ଟ୍ରାଏଲ ପରେ କିଛି ସମସ୍ୟା ଦେଖାଦେଇଥିଲା, ମାତ୍ର ପରେ ସେଥିରେ ମଡିଫାଏ କରାଯାଇଥିଲା । ତା’ର ଭର୍ସନ-୨ ଅଧିକ ଭଲ ରହିଛି । ୨୦ ଜଣ ଲୋକଙ୍କଠାରେ ତାହାକୁ ପ୍ରତିରୋପଣ କରାଯାଇଥିବା ବେଳେ ରୋଗୀମାନେ ଏହି ଡିଭାଇସର ସହାୟତାରେ କଥା କହିପାରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.