fbpx
BSKY
BJD MC SKY
BJD MS SKY

ଆପଣ ଘୁଙ୍ଗୁଡ଼ି ମାରୁଛନ୍ତି କି ? ସ୍ମରଣ ଶକ୍ତିକୁ କରିପାରେ ହ୍ରାସ…

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ରାତିରେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥାନ୍ତି । ଏକ ରିପୋର୍ଟରୁ ପ୍ରକାଶ ଯେ ୩୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣଙ୍କୁ ଏହି ସମସ୍ୟା ରହିଥାଏ । ଜର୍ମାନୀ ଏବଂ ଅଷ୍ଟ୍ରେଲିଆର ଗବେଷକମାନେ ୩୫ରୁ ୭୦ ବର୍ଷୀୟ ୨୭ ଜଣ ପୁରୁଷଙ୍କୁ ନେଇ ଏକ ଅନୁସନ୍ଧାନ କରାଯାଇଥିଲା । ମସ୍ତିଷ୍କର ତରଙ୍ଗ କିପରି କାର୍ଯ୍ୟ କରିଥାଏ ଜାଣିବା ପାଇଁ ସେମାନଙ୍କୁ ଋକ୍ଷରମଗ୍ଧକ୍ସକ୍ଟଦ୍ଭ ଋଦ୍ଭମରକ୍ଟ୍ରଷବକ୍ଷକ୍ଟଶକ୍ସବକ୍ଟ୍ରଷଚ୍ଚ ଗ୍ଦଳଙ୍କକ୍ଷକ୍ଷ ପିନ୍ଧାଯାଇଥିଲା । ଏହା ଦ୍ୱାରା ସେମାନଙ୍କ ବିଚାର କରିବା ବା ବୁଝାମଣା କ୍ଷମତାକୁ ପରୀକ୍ଷା କରାଯାଇଥିଲା । ଏହା ବ୍ୟତୀତ ଶରୀରର ଅମ୍ଳଜାନ ସ୍ତର, ନିଶ୍ୱାସ ପ୍ରଶ୍ୱାସର ଗତିବିଧି, ହୃଦସ୍ପନ୍ଦନ ସହ ଆଖି ଏବଂ ଗୋଡ଼ର ଗତିବିଧିକୁ ଉଲ୍ଲେଖ କରାଯାଇଥିଲା । ତେବେ ଏହି ଗବେଷଣାର ପରିଣାମରୁ ଜଣା ପଡ଼ିଲା ଯେ ଘୁଙ୍ଗୁଡ଼ି ମାରିବା ମସ୍ତିଷ୍କକୁ ପ୍ରଭାବିତ କରିଥାଏ ।

୧. ଶୋଇବା ସମୟରେ ଘୁଙ୍ଗୁଡ଼ି ଛାଡ଼ିବା ନିଦ୍ରା ପ୍ରକ୍ର୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହି କାରଣରୁ ବ୍ୟକ୍ତି ମଝି ମଝିରେ ଉଠି ପଡ଼େ । ଶରୀରରେ ରକ୍ତ ପ୍ରବାହ ଏବଂ ଅମ୍ଳଜାନ ସ୍ତର ହ୍ରାସ ହୋଇଥାଏ । ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ।

୨. ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ ଏବଂ ସ୍ମରଣ ଶକ୍ତିକୁ ହ୍ରାସ କରିଥାଏ ।

୩. ବିଚାର କରିବା ଏବଂ ନିଷ୍ପତ୍ତି ନେବା କ୍ଷମତା ହ୍ରାସ କରିଥାଏ ।

Get real time updates directly on you device, subscribe now.