fbpx

ଆଜିଠାରୁ ଆଉ ରାଜଧାନୀରେ ମିଳିବ ନାହିଁ ମଦ ,କାର୍ଯ୍ୟକାରୀ ହେଲା ନୂଆ ଅବକାରୀ ନୀତି

ନୂଆଦିଲ୍ଲୀ : ଦିଲ୍ଲୀରେ ମଦ କୁ ନେଇ ରାଜନୀତି ଚାଲିଥିବା ବେଳେ ଆଜି ନୂଆ ନିୟମ ପାଳନ କରାଯାଉଛି । ସେପ୍ଟେମ୍ବର ୧ ତାରିଖରୁ ଦିଲ୍ଲୀରେ ସମସ୍ତ ଘରୋଇ ମଦ ଦୋକାନ ବନ୍ଦ ହେଇଯାଇଛି। ଏହାର ସ୍ଥାନ ଏବେ ୩୦୦ରୁ ଊର୍ଦ୍ଧ୍ବ ସରକାରୀ ବିକ୍ରୟ କେନ୍ଦ୍ର ନେବ । ଅଧିକାରୀମାନେ ବୁଧବାର କହିଛନ୍ତି , ୨୦୨୧ – ୨୨ ଅବକାରୀ ନୀତି ସ୍ଥାନରେ ଏବେ ପୁରୁଣା ବ୍ୟବସ୍ଥା ଲାଗୁହେବ ଏବଂ ଏହା ଗୁରୁବାର ଠାରୁ କାର୍ଯ୍ୟକାରୀ ହେବ । ଦିଲ୍ଲୀରେ ଏବେ ପ୍ରାୟ ୨୫୦ ଘରୋଇ ମଦ ଦୋକାନ ସଞ୍ଚାଳିତ ହେଉଛି , ଯେଉଁଗୁଡ଼ିକୁ ପ୍ରତ୍ୟାହୃତ ହୋଇଥିବା ନୂଆ ଅବକାରୀ ନୀତି ଅନୁସାରେ ୨୦୨୧ – ୨୨ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ବରିଷ୍ଠ ଅବକାରୀ ଅଧୀକାରୀଙ୍କ ଅନୁସାରେ ଅଧିକ ବିକ୍ରୟ କେନ୍ଦ୍ର ଖୋଲିବା ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ମଦ ଯୋଗାଣରେ ସୁଧାର ଆସିବ ।

ଦିଲ୍ଲୀ ବିଭାଗ ଦ୍ୱାରା ବିକଶିତ ଏକ ମୋବାଇଲ୍ ଆପ୍ ଯାହାର ନାମ mAbkaridelhi ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ ହେବ ଏବଂ ଗ୍ରାହକଙ୍କୁ ସେମାନଙ୍କ ପଡ଼ୋଶୀ ମଦ ଦୋକାନର ଅବସ୍ଥାନ ଏବଂ ଦୋକାନ ସମୟ ବିଷୟରେ ସୂଚନା ପ୍ରଦାନ କରିବ ।

ଅନେକ ସରକାରୀ ଭେଣ୍ଡ ମଲ୍ ଏବଂ ମେଟ୍ରୋ ଷ୍ଟେସନ ନିକଟରେ ରହିବ । ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀ ସରକାର -DTTDC, DSSIDC, DSCSC ଏବଂ DCCWS – ସହରରେ ୭୦୦ ମଦ ଦୋକାନ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।

Get real time updates directly on you device, subscribe now.