ପ୍ରଥମ ତାଲିକାରେ ସ୍ଥାନ ପାଇଲା ୧୧ ଜଣଙ୍କ ନାମ, ନିର୍ବାଚନକୁ ଆହୁରି ୩ ମାସ ବାକି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଆମ ଆଦମୀ ପାର୍ଟି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଯେଉଁଥିରେ ୧୧ ଜଣଙ୍କ ନାଁ ସାମିଲ କରିଛି ଦଳ । ନର୍ବାଚନ ହେବାକୁ ଆହୁରି ୩ ମାସ ବାକି ଥିବାବେଳେ ନିର୍ବାଚନ କାର୍ଯ୍ୟ ପ୍ରଣାଳୀକୁ ନେଇ ମଧ୍ୟ ଇଲେକଶନ୍ କମିଶନଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ ।

ତାଳିକାରେ ଅର୍ନ୍ତଭୁକ୍ତ ୧୧ ଜଣ ହେଲେ, ଛତରପୁରରୁ ବ୍ରହ୍ମା ସିଂ ତମ୍ବର, କିରାଡିରୁ ଅନୀଲ ଝା, ବିଶ୍ୱାସନଗରରୁ ଦୀପକ ସିଂଘଲା, ରୋହତାସ ନଗରରୁ ସରିତା ସିଂ,ଲକ୍ଷ୍ମୀ ନଗରରୁ ବିବି ତ୍ୟାଗି, ବଦରପୁରରୁ ରାମ ସିଂ, ସିଲମପୁରରୁ ଜୁବେର ଚୌଧୁରୀ, ସୀମାପୁରୀରୁ ବୀର ସିଂ ଧିଙ୍ଗାନ, ଘୋଣ୍ଡାରୁ ଗୌରବ ଶର୍ମା, କରାବଲ ନଗରରୁ ମନୋଜ ତ୍ୟାଗି ଏବଂ ମଟଇୟାଲାରୁ ସୋମେଶ ଶୋକିନ ଆସନ୍ତା ନିର୍ବାଚନରେ ଆପ୍ ତରଫରୁ ମଇଦାନକୁ ଓହ୍ଲାଇବେ । ନାମ ତାଲିକା ଘୋଷଣା ପୂର୍ବରୁ ପାର୍ଟି ପବ୍ଲିକ ଅଫେୟର୍ସ କମିଟିର ବୈଠକ ବସିଥିଲା । ଯେଉଁଥିରେ ୧୧ଜଣ ପ୍ରାର୍ଥୀଙ୍କ ନାମରେ ଦଳ ମୋହର ମାରିଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ଦଳ ୭୦ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଦେଇଥିବାବେଳେ ସେଥିରୁ ୬୨ଟି ଆସନରୁ ବିଜୟଲାଭ କରିଥିଲା ।