fbpx

RCB ବିପକ୍ଷରେ ଦିଲ୍ଲୀର ଧମାକା: ଦେଲା ୨୨୪ ରନର ଏକ ବିଶାଳ ଲକ୍ଷ୍ୟ

ମୁମ୍ବାଇ: ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଦିଲ୍ଲୀ କ୍ୟାପିଟାଲ୍ସର ରୋବାବ । ରୋୟଲ ଚାଲେଞ୍ଜରର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଏକ ପାହାଡ ଭଳି ସ୍କୋର ଛିଡା କରିଛି ଦିଲ୍ଲୀ । ମାତ୍ର ୨ ୱିକେଟ ବିନିମୟରେ ଦିଲ୍ଲୀ କ୍ୟାପିଟାଲ୍ସ ୨୨୩ ରନ ସଂଗ୍ରହ କରି ନେଇଛି । ପ୍ରଥମ ୱିକେଟ ପାଇଁ ଶେଫାଳୀ ବର୍ମା ଏବଂ ମେଗ୍ ଲେନିଙ୍ଗ ୧୬୨ ରନ ଯୋଡିଥିଲେ । ଯାହା ଫଳରେ ଦଳ ଶେଷକୁ ୨୨ ବାଙ୍ଗାଲୋରକୁ ୨୨୪ ରନର ଏକ ବୃହତ୍ ବିଜୟ ଲକ୍ଷ୍ୟ ଦେଇଛି ।

ପ୍ରଥମ ଇନିଂସରେ ଦିଲ୍ଲୀର ଓପନର ଶେଫାଳୀ ବର୍ମା ଏବଂ ମେଲେନିଙ୍ଗଙ୍କ ମଧ୍ୟରେ ଏକ ବୃହତ୍ ପାର୍ଟନରସିପ ହୋଇଥିଲା । ଉଭୟ ଖେଳାଳିଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପ୍ରଥମ ୱିକେଟ ପାଇଁ ୧୬୨ ରନ ଯୋଡିଥିଲେ ଶେଫାଳୀ ବର୍ମା ଏବଂ ମେଗ ଲେନିତଙ୍ଗ । ତେବେ ୪୩ ବଲରରୁ ୧୪ଟି ଚୌକା ସହ ଅଧିନାୟକ ଲେନିଙ୍ଗ ୭୩ ରନ ହାସଲ କରିଥିବା ବେଳେ ଶେଫାଳୀ ୪୫ ବଲରୁ ୧୦ଟି ଚୌକା ଏବଂ ୪ଟି ଛକା ସହ ୮୪ ରନର ଏକ ମହାନ୍ ପାଳି ଖେଳିଛନ୍ତି । ତେବେ ୧୫ତମ ଓଭରରେ ଉଭୟଙ୍କ ମଧ୍ୟରେ ୧୬୨ ରନର ପାର୍ଟନରସିପ ହୋଇଥିବା ବେଳେ ବାଙ୍ଗାଲୋରର ଷ୍ଟାର ବୋଲର ନାଇଟଙ୍କ ବଲରେ ଶିକାର ହୋଇଥିଲେ ଅଧିନାୟକ ଲେନିଙ୍ଗ । ଏହାର ଦୁଇଟି ବଲ ପରେ ଶେଫାଳୀ ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ପରେ ମାରିଜାନ କ୍ୟାପ ଏବଂ ଜେମିମା ରୋଡ୍ରିଗ୍ସଙ୍କ ୬୦ ରନ୍ ର ଭାଗିଦାରୀ ଦଳକୁ ୨୨୩ରନରେ ପହଞ୍ଚାଇଛି । ତେବେ ବର୍ତ୍ତମାନ ଆରସିବିକୁ ବିଜୟ ପାଇଁ ଲକ୍ଷ୍ୟ ରହିଛି ।

ସେପଟେ ବାଙ୍ଗାଲୋର ପକ୍ଷରୁ ୭ ଜଣ ବୋଲର ବୋଲିଂ କରିଥିଲେ ମଧ୍ୟ ସମସ୍ତେ ବିଫଳ ହୋଇଛନ୍ତି । କେବଳ ନାଇଟ ହିଁ ଏକମାତ୍ର ବୋଲର ଭାବେ ଏହି ମ୍ୟାଚରେ ୨ଟି ସଫଳତା ହାସଲ କରିଛନ୍ତି । ଏହାବ୍ୟତୀତ ଅନ୍ୟ ସମସ୍ତ ବୋଲର ପ୍ରାୟତଃ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ବର୍ତ୍ତମାନ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୨୨୪ ରନ୍ ରହିଛି ।

Get real time updates directly on you device, subscribe now.