ନୂଆଦିଲ୍ଲୀ :ଦିଲ୍ଲୀର ବେର୍ ସରାଇ ରେଡ୍ ଲାଇଟ୍ କ୍ରସିଂରୁ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇଜଣ ଟ୍ରାଫିକ ପୋଲିସ କାରର ବୋନେଟରେ ଝୁଲୁଥିବାବେଳେ ଡ୍ରାଇଭର ଦ୍ରୁତ ବେଗରେ ଗାଡି ଚଳାଉଛନ୍ତି ଏବଂ ଏଥିରୁ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି।
ତେବେ ଜଣେ କାର ଡ୍ରାଇଭର ପ୍ରଥମେ ରେଡ୍ ସିଗନାଲକୁ ନମାନି ରାସ୍ତା ପାର ହୋଇଥିଲା। କାର୍ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଟ୍ରାଫିକ ପୁଲିସଙ୍କୁ ଧକ୍କା ଦେଇଥିଲା ଏବଂ କାରର ବୋନେଟରେ ଟାଣି ନେଇଥିଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, କାର ବୋନେଟରେ ଜୀବନ ବଞ୍ଚାଇ ଦୁଇ ଟ୍ରାଫିକ ପୋଲିସ ଝୁଲି ରହିଛନ୍ତି। ସେମାନେ କାରକୁ ଅଟକିବା ପାଇଁ ବାରମ୍ବାର କହୁଛନ୍ତି, ହେଲେ ଡ୍ରାଇଭର ସେମାନଙ୍କ କଥା ନଶୁଣି ସେମାନଙ୍କୁ ବୋନେଟରେ ଝୁଲାଇ ଟାଣି ନେଉଛି। ରାସ୍ତାରେ ପ୍ରବଳ ଗାଡ଼ିମଟର ଭିଡ଼ ଭିତରେ ଗାଡ଼ି ଚାଳକ ଜଣକ ଦୁଇ ପୋଲିସ କର୍ମଚାରୀଙ୍କୁ କାରର ବୋନେଟରେ ଟାଣି ନେଉଥିବାର ଦେଖିବାକୁ ମିଳୁଛି। କିଛି ଦୂର ଯିବା ପରେ ଉଭୟ ପୋଲିସ ରାସ୍ତାରେ ମୁହଁ ମାଡ଼ି ହୋଇ ପଡ଼ିଥିଲେ।
ଏହି ଘଟଣାରେ ଆହତ ଏଏସ୍ଆଇ ପ୍ରମୋଦ ଏବଂ ହେଡ କନଷ୍ଟେବଳ ଶୈଳେଶ ଚୌହାନ କହିଛନ୍ତି ଯେ ସେମାନେ ବେର୍ ସରାଇ ବଜାର ନିକଟ ବ୍ୟସ୍ତବହୁଳ ଅଞ୍ଚଳ ଦେଇ ଯାଉଥିବା ଗାଡିଗୁଡ଼ିକୁ ଯାଞ୍ଚ କରୁଥିଲେ। ହଠାତ୍ ସେମାନେ ଦେଖିଲେ ଯେ ଏକ କାର ରେଡ ସିଗନାଲ୍ ଡେଇଁପଡିଛି। ଯେତେବେଳେ ସେ କାରକୁ ଅଟକିବାକୁ ସଙ୍କେତ ଦେଇଥିଲେ, କାରଟିର ଗତି କମ ହୋଇଥିଲା। ତା’ପରେ ହଠାତ୍ କାରଟି ଜୋରରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ଜୀବନ ବଞ୍ଚାଇବାକୁ ଉଭୟ କାରର ବୋନେଟରେ ଝୁଲି ରହିଥିଲେ। କିନ୍ତୁ ଡ୍ରାଇଭର କାରକୁ ଅଟକାଇ ନଥିଲା। ଶେଷରେ କାରଟି ପ୍ରାୟ ୨୦ ମିନିଟ ସେମାନଙ୍କୁ ବୁଲାଇବା ପରେ ଛାଡ଼ି ଖସି ଯାଇଥିଲା। ଏହି ଘଟଣାରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଉଭୟଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
दिल्ली की कानून व्यवस्था का ये Video देखिए –
कार ड्राइवर ने ट्रैफिक पुलिस के 2 जवानों को बोनट पर लटका लिया और कार दौड़ा दी। एक जवान सड़क पर गिर गया। फिर दूसरे को साइड मारकर आरोपी भाग निकला। Video वसंत कुंज इलाके में रेड लाइट की है। pic.twitter.com/S3uNSwhaRW
— Sachin Gupta (@SachinGuptaUP) November 3, 2024