ଦିବ୍ୟାଙ୍ଗ ପିଲାଙ୍କ ସହ ହୋଲି ଖେଳିଲେ, ରୋଷେଇ ମଧ୍ୟ କଲେ ମୁଖ୍ୟମନ୍ତ୍ରୀ

ରଙ୍ଗର ପର୍ବରେ ଦିବ୍ୟାଙ୍ଗ ପିଲାଙ୍କ ପାଖକୁ ଯାଇ ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ। ସମସ୍ତଙ୍କ ସହ ମିଶି ମଜା କଲେ। ଆଉ ସେମାନଙ୍କ ପାଇଁ ନିଜ ହାତରେ ରୋଷେଇ କଲେ। ଆଉ ନିଜେ ମଧ୍ୟ ଖାଦ୍ୟ ଚାଖିଲେ।

ନୂଆଦିଲ୍ଲୀ: ଏବେ ଚାଲିଛି ରଙ୍ଗର ପର୍ବ ହୋଲି। ଆଉ ଏହି ଉତ୍ସବକୁ ଛୋଟରୁ ବଡ଼ ସମସ୍ତେ ବେଶ ଆନନ୍ଦର ସହ ଉପଭୋଗ କରୁଛନ୍ତି। ଆଉ ଏଥିରୁ କେମିତି ବା ବାଦ୍ ପଡିଯିବେ ମୁଖ୍ୟମନ୍ତ୍ରୀ। ସେ ପ୍ରଥମେ ଜଣେ ନାଗରିକ। ତାପରେ ଯାଇ ମୁଖ୍ୟମନ୍ତ୍ରୀ। ଆଉ ସେବି କିପରି ଆମ ପରମ୍ପରାଠୁ ଦୂରେଇ ଯିବେ।

ତେଣୁ ମୁଖ୍ୟମନ୍ତ୍ରୀ ବି ହୋଲିକୁ ବେଶ ଧୁମଧାମରେ ପାଳନ କରିଛନ୍ତି। ହେଲେ ଏକ ନୂଆ ଅନୁଭୂତି ସହ। ଅର୍ଥାତ୍ ଦିବ୍ୟାଙ୍ଗ ପିଲାମାନଙ୍କ ସହ ହୋଲି ଖେଳିଛନ୍ତି ମୁଖ୍ୟମନ୍ତ୍ରୀ। କେବଲ ହୋଲି ଖେଳିଛନ୍ତି ତାହା ନୁହେଁ ସେମାନଙ୍କ ପାଇଁ ନିଜ ହାତରେ ରୋଷେଇ ମଧ୍ୟ କରିଛନ୍ତି।

ହୋଲି ଖେଳିଲେ ମୁଖ୍ୟମନ୍ତ୍ରୀ: ହଁ ରାଜଧାନୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଯିଏକି ଗତ ମାସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଆଉ ଦିଲ୍ଲୀର ଶାସନ ଭାର ଗ୍ରହଣ କରିଛନ୍ତି। ଆଉ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ହୋଲି ସେଲିବ୍ରେସନ କରିଛନ୍ତି।

ହୋଲି ଅବସରରେ ଆଶା କିରଣ ଦିବ୍ୟାଙ୍ଗ ଆଶ୍ରମ ପରିଦର୍ଶନ କରି ପିଲାଙ୍କ ସହ ହୋଲି ଖେଳିଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଛନ୍ତି। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୁନିକୁନି ପିଲାଙ୍କ ସହ ହୋଲି ଖେଳିଛନ୍ତି । ଆଶା କିରଣ ସେଲ୍ଟର ହୋମକୁ ଯାଇ ସେଠାରେ ଥିବା ଅନାଥ ପିଲାଙ୍କ ସହ ମଧ୍ୟ ରଙ୍ଗର ପର୍ବ ପାଳିଛନ୍ତି।

ଶୁଭେଚ୍ଛା: କେବଳ ସେତିକି ନୁହେଁ ପିଲାମାନଙ୍କ ପାଇଁ ରୋଷେଇ ହୋଇଥିବା ଡାଲମାକୁ ମଧ୍ୟ ନିଜେ ଚାଖିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏଥିସହ ଦିଲ୍ଲୀବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷିତ ରହି ହୋଲି ଖେଳିହା ସହ, ରଙ୍ଗ ପାଇଁ ଯେମିତି ପାଣି ନଷ୍ଟ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।