(Video) ଦିଲ୍ଲୀରେ କେବେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ, ବିଜେପି ବିଜୟୀ ପ୍ରାର୍ଥୀ ଖୁଲାସା କଲେ ତାରିଖ

ବିଜେପି ବିଧାୟକ ମନଜିନ୍ଦର ସିରସା କହିଛନ୍ତି ଯେ, ଦିଲ୍ଲୀର ନୂଆ ସିଏମଙ୍କ ଶପଥ ଗ୍ରହଣ ସମାରୋହ କେବେ ହେବ।

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ଭାରତୀୟ ଜନତା ପାର୍ଟୀ ମୁଖ୍ୟମନ୍ତ୍ରୀଙ୍କ ନାମ ମନ୍ଥନ କରୁଛି। ନିର୍ବାଚନର ଫଳାଫଳା ସାମ୍ନାକୁ ଆସିବା ପରେ ୬ ଦିନର ସମୟ ବିତିସାରିଛି।

ହେଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାମର ଖୁଲାସା ହୋଇନାହିଁ। ଏ ନେଇ ଆମ୍ ଆଦମୀ ପାର୍ଟୀ, ବିଜେପିକୁ ଟାର୍ଗେଟ କରିଆସୁଛି। ସେହିପରି ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ବିଜେପିର ବିଜୟୀ ପ୍ରାର୍ଥୀ ମନଜିନ୍ଦର ସିଂହ ସିରସା ସୂଚନା ଦେଇଛନ୍ତି ଯେ, ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ କେବେ ହେବ।

ଏହି ଦିନ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଚୟନ ପ୍ରସଙ୍ଗରେ ରାଜୌରୀ ଗାର୍ଡେନ ବିଧାନସଭା ଅସନର ବିଜେପି ପ୍ରାର୍ଥୀ ମନଜିନ୍ଦର ସିଂହ ସିରସା କହିଛନ୍ତି ଯେ, ଖୁବ ଶୀଘ୍ର ଆମ ପର୍ଯ୍ୟବେକ୍ଷକମାନେ ନିଷ୍ପତ୍ତି ନେବେ ଏବଂ ଏହାପରେ ୧ରୁ ୨ ଦିନରେ ଆମର ଏକ ବୈଠକ ବସିବ ଏବଂ ଏହାପରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ କିଏ ହେବ ଜଣାଇଦିଆଯିବ।

ସିରସା ଆଗକୁ କହିଛନ୍ତି ଯେ, ଆମେ ଏହି ନିଷ୍ପତ୍ତି ୨୦ ତାରିଖ ପୂର୍ବରୁ ନେବାକୁ ପଡିବ। ଏହା ୧୭ କିମ୍ବା ୧୮ ତାରିଖରେ ହୋଇପାରେ।