CHARIDHAM

କରୋନାକୁ ହରାଇଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୯/୯ : କରୋନାକୁ ହରାଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ହସ୍ପିଟାଲ ରୁ ଡିସ୍‌ଚାର୍ଜ ହୋଇଛନ୍ତି ମନୀଷ।

ମନୀଷ ସେପ୍ଟେମ୍ବର ୧୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ପରେ ସେ ବହୁତୁ ଅସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଏହାପରେ ପ୍ଲାଜ୍‌ମା ଥେରାପୀ ଦିଆଯିବା ପରେ ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।