ନାଗ ସାପ ଦେଖାଇ ଡରାଉଥିଲେ kidnapper, ଟଙ୍କା ନ ଦେଲେ ସାପ ଚୋଟ ଖୁଆଇବେ କହୁଥିଲେ
ଦିଲ୍ଲୀ କର୍ମଚାରୀଙ୍କୁ ଓଡ଼ିଶାରେ ଅପହରଣ । ଚିକିଟିରୁ ୪ ଜଣ ହେଲେ ଉଦ୍ଧାର । ନାଗକୁ ଛାଡ଼ି, ଚମ୍ପଟ ମାରିଲେ ଅପହରଣକାରୀ।
ଚିକିଟି : ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଡ୍ରାମା ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ସହଯୋଗୀଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଏଥିସହ ସେମାନଙ୍କୁ ଏକ କୋଟି ଟଙ୍କା ଦାବି କରୁଥିଲେ ।
କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ନାଗ ସାପ ଦ୍ୱାରା ଚୋଟ ମାରିଦେବାକୁ ଧମକ ଦେଉଥିଲେ । ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖିଥିଲେ। ସେମାନଙ୍କ ଭିତରୁ ଜଣେ କୌଶଳ କ୍ରମେ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହୁରା ହୋଇଥିଲେ ।
ଏନେଇ ପୋଲିସ ଖବର ପାଇ ଅଟକ ୩ ଜଣଙ୍କୁ ଦୁର୍ବୃତ୍ତଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଏକ ଆହତ ନାଗସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲା ଚିକିଟି ପୋଲିସ ।
ଅପହରଣ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରହିଛି ।