ପ୍ରାଇଭେଟ ଗାଡ଼ି ସଂଖ୍ୟା ହେବ ଅଧା, ଏହି ସରକାର ଆଣୁଛନ୍ତି ନୂଆ ପଲିସି…

ନୂଆଦିଲ୍ଲୀ: ବ୍ୟକ୍ତିଗତ ଭାବରେ ଯାଆ ଆସ ପାଇଁ ପ୍ରାଇଭେଟ ଗାଡ଼ିର ବ୍ୟବହାର ହୋଇଥାଏ । ତେବେ ବର୍ତ୍ତମାନ ଦିଲ୍ଲୀ ସରକାର ପ୍ରାଇଭେଟ ଗାଡ଼ି ସଂଖ୍ୟା କମ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ନୂଆ ପଲିସି ଆଣିବାକୁ ଯାଉଛନ୍ତି । ଏହି ପଲିସି ଆସିବା ପରେ ଦିଲ୍ଲୀର ସଡ଼କମାନଙ୍କରେ ବାହନ ସଂଖ୍ୟା ଅଧା ହୋଇଯିବ ଏବଂ ଟ୍ରାଫିକ୍ ଜାମ୍ ରୁ ମୁକ୍ତି ମିଳିବ ।

ଦିଲ୍ଲୀର ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ପୂର୍ବରୁ ମଧ୍ୟ ଅନେକ ପ୍ରୟାସ କରାଯାଇଆସୁଛି । ପ୍ରାଇଭେଟ ବଦଳରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କୁ ଗୁରତ୍ୱ ଦେବା ପାଇଁ ଚେଷ୍ଟା କରାଯାଉଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ମେଟ୍ରୋ ମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । ଏହା ସତ୍ତେ୍ୱ ମଧ୍ୟ ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା କମିନାହିଁ ଫଳରେ ଦିଲ୍ଲୀ ସରକାର ସଡ଼କରୁ ପ୍ରାଇଭେଟ ଗାଡ଼ିକୁ ହଟାଇବା ନେଇ ଯୋଜନା କରୁଛନ୍ତି ।

ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ଦିଲ୍ଲୀ ମେଟ୍ରୋ ସ୍ଥାପନା ଦିବସରେ କହିଛନ୍ତି ଯେ ଦିଲ୍ଲୀରେ ରାସ୍ତାରେ ଅଧା ପ୍ରାଇଭେଟ ଗାଡ଼ିକୁ ହଟାଇବା ପାଇଁ ସରକାର ଯୋଜନା କରୁଛନ୍ତି । ସରକାର ଲୋକଙ୍କୁ ଭଲ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଯୋଗାଇଦେବାକୁ ଚେଷ୍ଟା କରୁଛନ୍ତି । ସେ ଆହୁରି କହିଥିଲେ ଯେ ଦିଲ୍ଲୀରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ଉନ୍ନତ କରିବା ପାଇଁ ଏକ କମିଟି ଗଠନ ହେବ ଯେଉଁଥିରେ ଦିଲ୍ଲୀ ମେଟ୍ରୋ ଏବଂ ଦିଲ୍ଲୀ ନଗରନିଗମର ସଦସ୍ୟ ରହିବେ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଦୁନିଆର ବଡ଼ ମେଟ୍ରୋ ନେଟୱର୍କ ମଧ୍ୟରୁ ଗୋଟିଏ ଭାବରେ ଜଣା । ମେଟ୍ରୋର ବିସ୍ତାର ପାଇଁ ପର୍ଯ୍ୟାୟକ୍ରମେ ଏହାର ବିସ୍ତାର କରାଯାଉଛି ।

Get real time updates directly on you device, subscribe now.