fbpx

ବର୍ଷା ପାଇଁ ନିଆଗଲା ବଡ଼ ନିଷ୍ପତ୍ତି: ଆଗାମୀ ୨ ମାସ ପର୍ଯ୍ୟନ୍ତ ଅଧିକାରୀଙ୍କ ଛୁଟି ବାତିଲ୍ ପାଇଁ ନିର୍ଦ୍ଦେଶ

Advertisement

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ବର୍ଷର୍ା ପରେ ଅନୁଷ୍ଠିତ ହୋଇଥିବା ଜରୁରୀକାଳୀନ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଉପରାଜ୍ୟପାଳ ଏଲଜି ସକ୍ସେନାଙ୍କ ଏହି ବୈଠକରେ ଅଧ୍ୟକ୍ଷତାରେ କରିଥିବା ବେଳେ ଛୁଟିରେ ଯାଇଥିବା ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଡ୍ୟୁଟିକୁ ଫେରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ୨ ମାସ ପର୍ଯ୍ୟନ୍ତ ଅଧିକାରୀଙ୍କୁ ଛୁଟି ବାତିଲ କରିଛନ୍ତି । ଆଗାମୀ ୨ ମାସ ପର୍ଯ୍ୟନ୍ତ କାହାକୁ ବି ଛୁଟି ମନାଇବାର ଆବଶ୍ୟକତା ନାହିଁ ବୋଲି ଉପରାଜ୍ୟପାଳ କହିଛନ୍ତି ।

ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ବର୍ଷାରେ ଚାରିଆଡ଼େ ଜଳମଗ୍ନ ହୋଇଯାଇଥିଲା । ସଡ଼କରେ ଜଳ ପରିପୂର୍ଣ୍ଣ ହେବା ସହିତ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା । ତେଣୁ ବର୍ଷା ପରେ ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ବସିଥିଲା । ବର୍ଷା ସମସ୍ୟା ନିୟନ୍ତ୍ରଣ ପାଇଁ ଏମର୍ଜେନ୍ସି କଣ୍ଟ୍ରୋଲ ରୁମ ଗଠନ କରିବାକୁ ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଷ୍ଟାଟିକ ପମ୍ପ ସ୍ଥାପନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଛୁଟିରେ ଯାଇଥିବା ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଡ୍ୟୁଟି ଜଏନ କରିବାକୁ କୁହାଯିବା ସହିତ ୨ ମାସ ପାଇଁ ଅଧିକାରୀଙ୍କର ଛୁଟି ବାତିଲ କରାଯାଇଛି ।

Get real time updates directly on you device, subscribe now.