ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ରବିବାର ମଦ ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ ।ତେବେ ଏଥିପାଇଁ ସିବିଆଇ ମୁଖ୍ୟାଳୟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମନୀଷ ସିସୋଡିଆଙ୍କ ଗିରଫଦାରୀକୁ ନେଇ ସିଏମ୍ ଅରବିନ୍ଦ କେଜ୍ରିୱାଲ ଆଶଙ୍କା ପ୍ରକାଶ କରିଥିଲେ।
ଆପ ନେତା ଅରବିନ୍ଦ କେଜ୍ରିୱାଲ ୨୪ ଫେବୃଆରୀରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଗିରଫ କରିବ। କେଜ୍ରିୱାଲ କହିଛନ୍ତି, ସିବିଆଇ ରବିବାର ମନୀଷ ସିସୋଡିଆଙ୍କୁ ଡାକିଛି। ଆମର ସୂତ୍ରରୁ ପ୍ରକାଶ ଯେ ସେମାନେ ରବିବାର ମନୀଷ ସିସୋଡିଆଙ୍କୁ ଗିରଫ କରିବେ।
ସୂଚନାମୁତାବକ ଗତ ରବିବାର ମଧ୍ୟ ପଚରାଉଚରା ପାଇଁ ସିବିଆଇ ମନୀଷ ସିସୋଡିଆଙ୍କୁ ଡାକିଥିଲା, କିନ୍ତୁ ବଜେଟ୍ ଥିବାରୁ ସେ ଉପସ୍ଥିତ ହେଇପାରିବେ ନାହିଁ ସୂଚନା ଦେଇଥିଲେ । ଯାହା ପରେ ଏଜେନ୍ସି ତାଙ୍କୁ ଫେବୃଆରୀ ୨୬ ରେ ହାଜର ହେବାକୁ କହିଥିଲେ।
ସିସୋଡିଆର ଗିରଫଦାରୀକୁ ନେଇ ଆଶଙ୍କା ମଧ୍ୟରେ ଆମ୍ ଆଦମୀ ପାର୍ଟି ଶନିବାର ପ୍ରଶ୍ନ କରିବା ପୂର୍ବରୁ କହିଥିଲେ ଯେ ମନୀଷ ସିସୋଡିଆ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଦଳର ନେତା ତଥା ବିଧାୟକ ଆତିଶି ଗଣମାଧ୍ୟମକୁ କହିଛନ୍ତି ଯେ ମନୀଷ ସିସୋଡିଆ ରବିବାର ସିବିଆଇ ତଦନ୍ତ ପାଇଁ ଯିବେ ଏବଂ ତାଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବେ।ଆପ ଏକ ସଚ୍ଚୋଟ ଦଳ। ଦଳର କେହି ଦୁର୍ନୀତି କରି ନାହାନ୍ତି ।