fbpx

Delhi Liquor Policy Case:ଇଡି ଆଗରେ ହାଜର ହେବାକୁ କରିଲେ ମନା , କହିଲେ ମୁଁ ଆଜି ହଜାର ହେଇ ପାରିବି ନାହିଁ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ଆଜି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ସମାନ ଜାରି କରିଥିବା ବେଳେ ସେ ହାଜିର ହେଇ ପାରିବେ ନାହିଁ ବୋଲି ମନା କରିଦେଇଛନ୍ତି । ସେ କେନ୍ଦ୍ରୀୟ ଏଜେନ୍ସିକୁ ଏକ ଚିଠି ଲେଖି ହାଜର ହେବାକୁ ଏକ ନୂତନ ତାରିଖ ଦେଇ କହିଛନ୍ତି ଯେ ମୁଁ ଆପଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୋର ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହଯୋଗ ରହିଛି। ମୁଁ ମାର୍ଚ୍ଚ ୧୧ ରେ କେ ଆପଣଙ୍କ ସମ୍ମୁଖରେ ହାଜର ହେବି ବୋଲି ସେ ସୂଚନା ଦେଇଛନ୍ତି ।

ସେ ଇଡିଙ୍କୁ ଲେଖାଯାଇଥିବା ଚିଠିରେ ହାଜର ହେବାକୁ ସମୟ ମାଗିଛନ୍ତି। ସେ ଆଜି ଦିଲ୍ଲୀର ଜନ୍ତର ମନ୍ତ୍ରରେ ‘ମହିଳା ସଂରକ୍ଷଣ ବିଲ୍’ ସମର୍ଥନରେ ଏକ ପ୍ରଦର୍ଶନରେ ଭାଗ ନେବାକୁ ଯାଉଛନ୍ତି ଯାହା ପାଇଁ ସେ ଆଜି ଇଡି ସମ୍ମୁଖରେ ହଜାର ହେଇପାରିବେ ନାହିଁ ।

ସୂଚନାମୁତାବକ ଦିଲ୍ଲୀ ଏକ୍ସାଇଜ୍ ପଲିସିରେ ଅନିୟମିତତା ତଥା ଅର୍ଥ ହେରଫେର ମାମଲାରେ ଇଡି ବିଆରଏସ ନେତା କବିତାଙ୍କୁ ମାର୍ଚ୍ଚ ୯ ରେ ହାଜର ହେବାକୁ କହିଥିଲେ। ଯଦିଓ କବିତା ଇଡିକୁ ନିଶ୍ଚିତ କରିସାରିଛନ୍ତି ଯେ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏହି ସମୟରେ, ସେ ଇଡିକୁ ଦେଇଥିବା ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ ହାଜର ହେବା ପୂର୍ବରୁ ସେ ତାଙ୍କ ଆଇନ ପରାମର୍ଶଦାତାଙ୍କ ସହ ମଧ୍ୟ କଥା ହେବେ। ଏହି ସମୟରେ, ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ଦଶମ ଦିନରେ ସେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଦିଲ୍ଲୀରେ ପ୍ରଦର୍ଶନ ଅଛି ଯେଉଁଥିରେ ତାଙ୍କୁ ଭାଗ ନେବାକୁ ପଡିବ।

ତେବେ ଯାହା ଶୁଣିବାକୁ ମିଳୁଛି ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇଙ୍କ ସମ୍ମୁଖରେ ପଚରାଉଚରା ପାଇଁ କବିତାଙ୍କୁ ଇଡି ଡକାଯାଇଛି। ସୋମବାର ଇଡି ପିଲ୍ଲାଇଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି, ବୁଧବାର ଦିନ କବିତା ଇଡି ଉପରେ କଠୋର ଆକ୍ରମଣ କରିଥିଲେ ଏବଂ ଏହା ମଧ୍ୟ ତାଙ୍କ ପିତା ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ।

କବିତା ମଧ୍ୟ ତେଲେଙ୍ଗାନା ବିଧାନ ପରିଷଦର ସଦସ୍ୟ ଅଟନ୍ତି। ଏଥି ସହ ବିଆରଏସ ଦଳର ବହୁ ନେତା ତଥା ତେଲେଙ୍ଗାନାର ମନ୍ତ୍ରୀମାନେ ଏଠି ପାଇଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜନୈତିକ ଅନିଷ୍ଟ ହେତୁ କବିତାଙ୍କୁ ନୋଟିସ ପଠାଯାଇଛି। ବିଆରଏସ ଦଳ ଏକ ବଡ ଦଳ ଭାବରେ ବଢିବାକୁ ଲାଗିଛି ଯାହାକୁ ନେଇ କେନ୍ଦ୍ର ଏବେ ଭୟବିତ ହେବାକୁ ଲାଗିଛି ।

Get real time updates directly on you device, subscribe now.