fbpx

ଭାଇରାଲ୍ ଭିଡିଓ,”ମୋ ସ୍ୱାମୀଙ୍କୁ ମୁଁ କିସ୍ କରିବି..” ଘଟଣାରେ ନୂଆ ଟ୍ୱିଷ୍ଟ: ଗିରଫ ପରେ ସ୍ତ୍ରୀ ମୁଣ୍ଡରେ ଦୋଷ ଲଦିଲା ସ୍ୱାମୀ

ନୂଆଦିଲ୍ଲୀ, ୨୦ ।୪ (ଓଡିଶା ଭାସ୍କର) : ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଗତକାଲି ମାସ୍କ ନ ପିନ୍ଧିଥିବା ନେଇ ଗୋଟିଏ ଦମ୍ପତିକୁ ପୋଲିସ୍ ଗିରଫ କରିଥିଲା । ସେମାନେ କାର୍ ରେ ଯିବା ସମୟରେ ମାସ୍କ ନ ପିନ୍ଧି ଯାଉଥିଲେ । ଏହାପରେ ପୋଲିସ୍ ଯେତେବେଳେ ସେମାନଙ୍କୁ ରୋକିଥିଲା । ସେମାନେ ଭୁଲ୍ ମାନିବା ବଦଳରେ ଓଲଟି ପୋଲିସ୍ ସହିତ ର୍ଦୁବ୍ୟବହାର କରିଥିଲେ । ଏହାପରେ ଥାନାରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ଏବେ ଏହି ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି । ସ୍ୱାମୀକୁ ଗିରଫ କରିବା ପରେ ସେ ପୋଲିସ୍ କୁ କହିଛି ଯେ, ସେ ସ୍ତ୍ରୀ କଥାରେ ପଡି ପୋଲିସ୍ ସହ ର୍ଦୁବ୍ୟବହାର କରିଥିଲା ।

 

ସୁଚନାଯୋଗ୍ୟ, ଗତକାଲି ଦିଲ୍ଳୀରେ କର୍ଫ୍ୟୁ ଚାଲିଥିବା ବେଳେ ଏହି ଦମ୍ପତି ବିନା ମାସ୍କରେ କାର୍ରେ ବୁଲୁଥିଲେ । ଆଉ ଯେତେବେଳେ ପୋଲିସ୍ ଏମାନଙ୍କୁ ରୋକିଥିଲା । ସେତେବେଳେ ପୋଲିସ୍ ସହିତ ନାନା ର୍ଦୁବ୍ୟବହାର କରିଥିଲେ । ଏପରିକି ମହିଳା ଜଣକ ପୋଲିସ୍ କୁ କହିଥିଲେ ଯେ “ମୁଁ ମାସ୍କ ପିନ୍ଧିବିନି….ମୋ ସ୍ୱାମୀଙ୍କୁ ମୁଁ କିସ୍ କରିବି..କଣ କରିବ ମୋର” । ଏହାପରେ ପୋଲିସ୍ କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ଗିରଫ କରି ଥାନାକୁ ନେଇଯାଇଥିଲା । ହେଲେ ଏବେ ସ୍ୱାମୀ ଜଣକ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀ କହିବାରୁ ପୋଲିସ୍ ସହ ଏପରି ବ୍ୟବହାର କରିଥିଲେ । ସେ ମୋତେ ପୋଲିସ୍ କୁ ଏପରି କହିବାକୁ ଉସକାଇଥିଲେ ।

Get real time updates directly on you device, subscribe now.