fbpx

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ବଡ ଦୁର୍ଘଟଣା, ଅଚାନକ ସ୍ଲାବ୍ ଖସି ବହୁଲୋକ ଆହତ

Advertisement

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ସାମ୍ନାକୁ ଆସିଛି ଏକ ଭୟାନକ ଦୁର୍ଘଟଣା । ଅଚାନକ ଯେତେବେଳେ ଗୋକଲପୁରୀ ମେଟ୍ରୋ ଷ୍ଟେସନର ଏକ ଅଂଶ ଖସିପଡିଲା ସେତେବେଳେ ଲୋକଙ୍କ ଚିତ୍କାରରେ ସ୍ଥାନୀୟ ଅଞ୍ଚଳ ଥରିଉଠିଲା । କୁହାଯାଉଛି କି ଗୁରୁବାର ମଧ୍ୟାହ୍ନ ସମୟରେ ଗୋକଲପୁରୀ ମେଟ୍ରୋ ଷ୍ଟେସନରେ ରନିଂ ମେଟ୍ରୋ ଲାଇନ୍‌ର ପାଶ୍ୱର୍ବର୍ତ୍ତୀ ସ୍ଲାବର ଏକ ଅଂଶ ଅଚାନକ ଖସିପଡିଲା । ଏହି ସ୍ଲାବ ତଳେ ଏବେ ବହୁ ଲୋକ ଫଶି ରହିଛନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଘଟଣା ପରେ ଡିଏଫଏସ୍‌  କର୍ମଚାରୀ ଉଧ୍ଧାର କାର୍ଯ୍ୟରେ ଲାଗି ପଡିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଆହତଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ଏହି ଘଟଣାରେ ଦିଲ୍ଲୀ ପୋଲିସ କହିଛି ଦୁର୍ଘଟଣାରେ ୩ରୁ ୪ ଜଣ ଆହତ ହୋଇଛନ୍ତି । ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଅନ୍ୟମାନଙ୍କୁ ସାମାନ୍ୟ ଆଘାତ ଲାଗିଛି । ଏବେ ଜିସିବି ଓ କ୍ରେନ୍ ସାହାଯ୍ୟରେ ଖସିପଡିଥିବା ସ୍ଲାବ ସବୁକୁ ରାସ୍ତାରୁ ହଟାଇବା କାମ ଜାରି ରହିଛି ।

Get real time updates directly on you device, subscribe now.