fbpx

ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟାକୁ ଅନୁମତି ମିଳିବ ନା ନାହିଁ? ସୂଚନା ଦେଲେ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦିପାବଳୀ ସହ ଅନ୍ୟ ପର୍ବ-ପର୍ବାଣୀରେ ବାଣଫୁଟା ଉପରେ ପ୍ରତିବନ୍ଧକ ଜାରି ରହିବ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର ଦିନ କହିଛନ୍ତି ଯେ, ଗତ କିଛି ବର୍ଷ ପରି ଏହି ବର୍ଷ ମଧ୍ୟ ଦେଶର ରାଜଧାନୀରେ ବାଣଫୁଟା ଉପରେ ରୋକ ଜାରି ରହିବ । ସେ କହିଛନ୍ତି ଯେ, ଏହି ପ୍ରତିବନ୍ଧକ କେବଳ ବାଣ ଫୁଟା ଉପରେ ନୁହେଁ ବିକ୍ରି ଉପରେ ମଧ୍ୟ ଲାଗିବ । ଅର୍ଥାତ ଦିଲ୍ଲୀର ସୀମା ଅଞ୍ଚଳରେ ଏହି ଗାଇଡଲାଇନ ପୂର୍ବ ଭଳି ଜାରି ରହିବ । ଏପରି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇ କହିଛନ୍ତି ଯେ, ବାଣଫୁଟା ଉପରେ ରୋକ ଲାଗିବା ପରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ କମିଛି । ଖାସକରି ବୃଦ୍ଧ ବ୍ୟକ୍ତି ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ଠିକ୍ ନାହିଁ । ଏହି କାରଣରୁ ଦିଲ୍ଲୀରେ ଶିତ ଋତୁରେ ବାଣ ଉପରେ ପ୍ରତିବନ୍ଧକ ଜାରି ରହିବ ।

ରାଜଧାନୀରେ ବ୍ୟାପକ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗତ ବର୍ଷ ଶୀତ ଋତୁରେ ମଧ୍ୟ ବାଣ ଫୁଟା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିସହ ପ୍ରଦୂଷଣ ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକୁ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ କୁହାଯାଇଥିଲା ଯେ, ଦିଲ୍ଲୀର ସୀମାନ୍ତ ଅଞ୍ଚଳରୁ ଦିଲ୍ଲୀ ଆସୁଥିବା ବାଣ ପରିବହନ ଉପରେ ନଜର ରଖନ୍ତୁ। ଗତ ବର୍ଷ, ୨୯ ସେପ୍ଟେମ୍ବର ୨୦୨୨ ରେ, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ବାଣ କ୍ରୟ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

Get real time updates directly on you device, subscribe now.