fbpx

ମେ ୩୧ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଅନଲକ୍

Advertisement

ନୂଆଦିଲ୍ଲୀ: ଦେଶରେ ଅପେକ୍ଷାକୃତ କରୋନା ସଂକ୍ରମଣ ହାର କମିଛି । କିନ୍ତୁ ଥମିନି ଚିନ୍ତା । ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ପରିସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଯାଇଥିଲା । ଫଳରେ ସେଠାରେ ଲକଡାଉନକୁ ବାରମ୍ବାର ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । କିନ୍ତୁ ଏହାରି ମଧ୍ୟରେ ଦେଶକୁ ଆସିଛି ଏକ ସୁଖବର ଏବଂ ଦିଲ୍ଲୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ଦିଲ୍ଲୀରେ ମେ ୩୧ ତାରିଖରୁ ଆରମ୍ଭ ହେବ ଅନଲକ ପ୍ରକ୍ରିୟା । କ୍ରମାଗତ ପଜିଟିଭ କେସ ହ୍୍ରାସ ହେବାପରେ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିୱାଲଙ୍କ ସୂଚନା ଅନୁସାରେ ଦିଲ୍ଲୀରେ ଏହି ଅନଲକ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ କରାଯିବ । ସୋମବାରଠାରୁ କାରଖାନାଗୁଡ଼ିକ ଖୋଲାଯିବ । ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିବାରୁ ଗତ ଏପ୍ରିଲ ୧୯ରୁ ଲକଡାଉନ ଜାରି ହୋଇଛି । ଗତ ସସ୍ତାହରେ ସରକାର ଏହାକୁ ମେ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ । ସେପଟେ ଏହି ଲକଡାଉନ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଏହାପରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ । କଳକାରଖାନା ଏବଂ ନିର୍ମାଣ କାର୍ଯ୍ୟ ସୋମବାରଠାରୁ ଆରମ୍ଭ ହେବା ନେଇ ମଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ପଜିଟିଭିଟି ହାର ୧.୫%କୁ ଖସି ଆସିଛି । ଶୁକ୍ରବାର ଦିଲ୍ଲୀରେ ୧୧୦୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣ ହାର କମିଥିଲେ ମଧ୍ୟ ଦିଲ୍ଲୀ ସରକାର ବିନା କୌଣସି ଜରୁରି କାମରେ ଘରୁ ନ ବାହାରିବାକୁ ଜନସାଧାରଣକୁ ନିବେଦନ କରିଛନ୍ତି । ଅନଲକ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ କରିବାକୁ ପରିସଂଖ୍ୟାନ ପରିଚାଳନା ନିର୍ଦ୍ଦେଶାଳୟ (ଡିଡିଏମ) ସହ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ତେବେ କୋଭିଡ ସଂକ୍ରମଣ ବଢ଼ିଲେ ଅନଲକ ପ୍ରକ୍ରିୟାକୁ ବନ୍ଦ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.