fbpx

ଦିଲ୍ଲୀ BJP ଅଧ୍ୟକ୍ଷଙ୍କ ଇସ୍ତଫା: MCD ନିର୍ବାଚନ ପରାଜୟ ପରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ) ବିଜୟ ଲାଭ କରିଥିଲା । ଅନ୍ୟପକ୍ଷରେ ଗତ ୧୫ ବର୍ଷ ଧରି ଏମସିଡିକୁ ନିଜ ଅକ୍ତିଆରରେ ରଖିଆସିଥିବା ବିଜେପିର ଦୁର୍ଗର ପତ୍ତନ ଘଟିଥିଲା । ମୋଟ ୨୫୦ଟି ୱାର୍ଡ ମଧ୍ୟରୁ ଆପ ୧୩୪ଟିରେ ଜିତିଥିବା ବେଳେ ବିଜେପି ୧୦୪ଟି ସିଟରେ ଜିତି ପଛରେ ପଡ଼ିଯାଇଥିଲା ।

ତେବେ ଏମସିଡି ନିର୍ବାଚନର ଫଳାଫଳ ଘୋଷଣାର ଚାରିଦିନ ପରେ ବିଜେପିର ଜଣେ ବଡ଼ ନେତା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ଆଦେଶ ଗୁପ୍ତା ନିଜର ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନିକଟକୁ ପଠାଇଛନ୍ତି । ତେବେ ଶ୍ରୀ ନଡ୍ଡା ଗୁପ୍ତାଙ୍କର ଇସ୍ତଫା ପତ୍ରକୁ ଗ୍ରହଣ କରିନେଇଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଗୁପ୍ତାଙ୍କ ଇସ୍ତଫା ପରେ ଏବେ ବିରେନ୍ଦ୍ର ସଚଦେବା କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେବା ପର୍ଯ୍ୟନ୍ତ ବିରେନ୍ଦ୍ର ଏହି ପଦ ସମ୍ଭାଳିବେ । ଗୁପ୍ତା ଯେଉଁ ଅଞ୍ଚଳରେ ରୁହନ୍ତି ସେ ଅଞ୍ଚଳରେ ବିଜେପି ଏମସିଡି ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା । ମାତ୍ର ଏହାର ଏକ ଭିନ୍ନ ପ୍ରତିକ୍ରିୟା ଗୁପ୍ତା ଦେଇଥିଲେ । ଏହି ଅଞ୍ଚଳ ସାଂସଦ ଓ ବିଧାୟକଙ୍କର ବୋଲି ସେ କହିବା ବୋଧହୁଏ ଦଳର ଅନ୍ୟ ନେତୃବୃନ୍ଦଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା । ଗୁପ୍ତା ଏମସିଡିର ୧୪୧ ନମ୍ବର ୱାର୍ଡରେ ରହୁଥିବା ବେଳେ ଉକ୍ତ ୱାର୍ଡରେ ଆପ୍ ପ୍ରାର୍ଥୀ ବିଜୟ ଲାଭ କରିଥିଲେ ।

Get real time updates directly on you device, subscribe now.