fbpx

ହୁ’ର ଚେତାବନୀ; ଅତ୍ୟନ୍ତ ବିପଜ୍ଜନକ ହେଉଛି ଡେଲଟା ଭାରିଆଣ୍ଟ, ୮୫ ଦେଶରେ ରହିଛି ଏହାର ପ୍ରକୋପ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ କରୋନା ଭାଇରସ୍ ସମ୍ପର୍କରେ ବିଭିନ୍ନ ପ୍ରକାରର ମତ ଦିଆଯାଉଥିବା ବେଳେ ଏବେ ଭାରତର ଭାରିଆଣ୍ଟ ଡେଲଟା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହୁ’ ବୈଜ୍ଞାନିକ ମାନେ କହିଛନ୍ତି ଯେ, ଭାରତର ଡେଲଟା ଭାରିଆଣ୍ଟ ସବୁଠାରୁ ଅଧିକ ସଂକ୍ରାମକ । ଏବେ ହୁ ପକ୍ଷରୁ ଆଉ ଏକ ଚେତାବନୀ ଦିଆଯାଇଛି ଯେ, ଏହି ଡେଲଟା ଭାରିଆଣ୍ଟ ୮୫ ଦେଶରେ ବ୍ୟାପିସାରିଛି । ଏହି ଭାରିଆଣ୍ଟ କାରଣରୁ ବିଭିନ୍ନ ଦେଶ କୋଭିଡ୍ ର ତୃତୀୟ ଲହରର ଆଶଙ୍କା କରିଛନ୍ତି ।

ତେବେ ହୁ’ ର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଗରିବ ଦେଶ ମାନଙ୍କରେ ଟିକାର ଅଭାବ କାରଣରୁ ଡେଲଟା ଭାରିଆଣ୍ଟ ବ୍ୟାପିବାରେ ସକ୍ଷମ ହୋଇପାରୁଛି । ସେହି ଦେଶ ମାନଙ୍କରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଗୋଟେ ପଟେ ବିକାଶଶୀଳ ଦେଶ ମାନେ ଅନେକ ଗବେଷଣା ପରେ ଟିକା ଦେବାକୁ ଚିନ୍ତା କରୁଥିବା ବେଳେ ଗରିବ ଦେଶ ମାନଙ୍କରେ ଟିକା ଅଭାବ ଦେଇଥିବାରୁ ସେଠାକାର ପରିସ୍ଥିତି ଜଟିଳ ହେବାରେ ଲାଗିଛି ।

ସେହିପରି ହୁ’ର ଆଉ ଜଣେ ଗବେଷକ କହିଛନ୍ତି, ଡେଲଟା ଭାରିଆଣ୍ଟ ନିଜର ଦ୍ରୁତ ସଂକ୍ରାମକ ସକ୍ଷମତା କାରଣରୁ ଅଧିକାଂଶ ଦେଶରେ ବ୍ୟାପିବାରେ ସଫଳ ହେଉଛି । ଏହି ଭାରିଆଣ୍ଟ କାରଣରୁ ଏବେ ବିଶ୍ୱ ସ୍ତରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । ଉଲ୍ଲେଖନୀୟ ଯେ, ଭାରତ ସମେତ ଆମେରିକା, ବ୍ରିଟେନ୍, ଋଷ, ସିଙ୍ଗାପୁର ସମେତ ଅନେକ ଦେଶରେ ଏହାର ଷ୍ଟ୍ରେନ୍ ବ୍ୟାପିସାରିଛି ।

Get real time updates directly on you device, subscribe now.