‘ନିଯୁକ୍ତି ପାଇଁ ବଢାଅ ବୟସସୀମା’, ଡହ ଡହ ଖରାରେ ଜଳୁଥିବା ପିଚୁରେ ଶୋଇଲେ ବିକ୍ଷୋଭକାରୀ

ପରୀକ୍ଷାର୍ଥୀଙ୍କ ବୟସସୀମା ବୃଦ୍ଧି ଦାବି, ପ୍ରଚଣ୍ଡ ଖରାରେ ପିଚୁରେ ଶୋଇଲେ ଶତାଧିକ ଆଶାୟୀ

ଓଡ଼ିଶା ଭାସ୍କର: ଭୁବନେଶ୍ୱରରେ ହେଉଛି ନିଆଁବର୍ଷା । ଏହି ଡହ ଡହ ଖରାରକୁ ଖାତିର ନ କରି ତତଲା ପିଚୁରେ ଶତାଧିକ ବିକ୍ଷୋଭକାରୀ ଶୋଇଛନ୍ତି । IRB ବାଟାଲିୟନ, OSAP, ଫାୟାରମ୍ୟାନ ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ବୟସସୀମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ପ୍ରତିବାଦ କରିଛନ୍ତି ବିକ୍ଷୋଭକାରୀ। ଏହି ପ୍ରତିବାଦ ‘ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ପକ୍ଷରୁ’ କରାଯାଇଛି।

ବୟସ ସୀମା ବୃଦ୍ଧି କର ନହେଲେ ଏଇଠି ଶୋଇଲୁ: IRB ବାଟାଲିଅନ, SI, ଫେୟାର ମ୍ୟାନ, ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ପରୀକ୍ଷା ବୟସ ବୃଦ୍ଧି ଦାବିରେ ବିଧାନସଭା ଆଗରେ ଆନ୍ଦୋଳନ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଆଗରେ ଆନ୍ଦୋଳନକାରୀ ପରୀକ୍ଷାର୍ଥୀ ଶୋଇଥିବାର ଦେଖିବାକୁ ମିଳିଛି।

ବିକ୍ଷୋଭର କାରଣ: ଆଉ ଏଇ ଭୀଷଣ ଖରାକୁ ଖାତିର୍ ନକରି ତତଲା ପିଚୁରେ ପେଟେଇଛନ୍ତି ଶତାଧିକ ବିକ୍ଷୋଭକାରୀ। ପୂର୍ବରୁ IRB ବାଟାଲିଅନ, OSAP, ଫାୟାର ମ୍ୟାନ ଓ PMT ଡ୍ରାଇଭର ନିଯୁକ୍ତ ଲାଗି ବୟସସୀମା ୧୮ରୁ ୨୩ ବର୍ଷ ରହିଥିଲା ।

ହେଲେ ଗତ ୧୦ ବର୍ଷ ଭିତରେ ଆଉ କୌଣସି ନିଯୁକ୍ତି ବାହାରିନଥିଲା । ଏବେ ୨୦ ବର୍ଷ ପରେ ନିଯୁକ୍ତି ବାହାରିଥିବାରୁ ଅନେକଙ୍କ ବୟସ ଆବେଦନ ପାଇଁ ଉପଯୁକ୍ତ ହେଉନି ।

ସେଥିପାଇଁ ବହୁ ଚାକିରି ଆଶାୟୀ ବଞ୍ଚିତ ହୋଇଛନ୍ତି । ଯାହାର ପ୍ରତିବାଦ କରି ନ୍ୟାୟ ଦାବିରେ ‘Students against Corruption’ ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି ।

ଏହି ବିକ୍ଷୋଭକାରୀମାନେ ବିଧାନସଭା ଆଡକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିବା ଦେଖାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଏ ନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି, ”ରାଜ୍ୟରେ ଡବଲ ଇଞ୍ଜନ ସରକାର ଚାଲିଥିବା କଥା କହୁଛନ୍ତି । ହେଲେ ରାଜ୍ୟର ଶାସନ ଇଞ୍ଜିନ ଗୋଟିଏ ଦିଗରେ ଓ ଦେଶର ଶାସନ ଇଞ୍ଜିନ ଅନ୍ୟ ଗୋଟିଏ ଦିଗରେ ଚାଲିଛି । ଦେଶର ଅଧିକାଂଶ ରାଜ୍ୟରେ ନିଯୁକ୍ତି ବୟସସୀମା ବୃଦ୍ଧି ହୋଇଥିଲା ବେଳେ ଓଡ଼ିଶାରେ କାହିଁକି ବୃଦ୍ଧି ହୋଇନାହିଁ ?

୨୦୧୮ରେ ଶେଷ ଥର IRB ବାଟାଲିଅନ, OSAP ନିଯୁକ୍ତି ପରୀକ୍ଷା ବାହାରିଥିଲା । ଏବେ ୨୦୨୪ରେ ପୁଣିଥରେ ନିଯୁକ୍ତି ବାହାରିଥିବା ବେଳେ ଯେଉଁ ପିଲାଙ୍କୁ ୧୮ ବର୍ଷ ହୋଇନଥିଲା ଆଜି ସେମାନଙ୍କୁ ୨୩ ବର୍ଷ ଅତିକ୍ରମ ହୋଇସାରିଛି । ସେମାନଙ୍କୁ ଜୀବନରେ ଥରୁଟିଏ ପରୀକ୍ଷା ପାଇଁ ସୁଯୋଗ ମିଳିନି । ଏଣୁ ଏହିସବୁ ପଦବୀରେ ନିଯୁକ୍ତ ପାଇଁ ବୟସ ସୀମା ବୃଦ୍ଧି କରାଯାଉଛି ।”