fbpx

ଚୀନ୍ ରିଟେଲ ବଜାରରେ ବ୍ୟବସାୟୀଙ୍କ ବଲେ ବଲେ, ଟ୍ରମ୍ପଙ୍କ ଟି- ସାର୍ଟର ବଢ଼ିଲା ଡିମାଣ୍ଡ୍‌

ବେଜିଂ: ଚୀନ ଏହାର ମାର୍କେଟିଂ ଟେକନିକ୍ ପାଇଁ ସବୁବେଳେ ଜଣାଯାଏ । ବର୍ତ୍ତମାନ ଚୀନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ଚୀନ ରିଟେଲ ମାର୍କେଟ ପାଇଁ ନୂତନ ସୁଯୋଗ ଆଣିଛି । ଜୁଲାଇ ୧୪ରେ ପେନସିଲଭାନିଆ(Pennsylvania)ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏହା ପରେ ଟ୍ରମ୍ପଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିିଛି । ଏହି ଘଟଣା ପରେ ଚୀନର ରିଟେଲ ମାର୍କେଟରେ ଟ୍ରମ୍ପଙ୍କ ପ୍ରତଛବି(ଗୁଳି ଚାଳନା ସମୟର) ଥିବା ଟି- ସାର୍ଟ ବିକ୍ରି ଡିମାଣ୍ଡ୍ ଦେଖିବାକୁ ମିଳିଥିଲା ଯାହା ବ୍ୟବସାୟୀଙ୍କ ଆୟ ବୃଦ୍ଧି କରିଥିଲା ।

ଚୀନରେ ଅନଲାଇନ୍ ଶପିଂ ପ୍ଲାଟଫର୍ମ ‘ତାଓବାଓ’ର ଜଣେ ବିକ୍ରେତା ଲି ଜିନୱେଇଙ୍କ କହିବାନୁଯାୟୀ ଟ୍ରମ୍ପଙ୍କ ଉପରେ ଗୁଳିଚାଳନା ଖବର ଜାଣିବା ପରେ ‘ତାଓବାଓ’ରେ ଟି ସାର୍ଟରେ ଟ୍ରମ୍ପଙ୍କ ଏକ ଫଟୋ ପ୍ରିଣ୍ଟ୍ କରି ବିକ୍ରି ପାଇଁ ପୋଷ୍ଟ କରିଥିଲୁ । ଏହା ପୋଷ୍ଟ କରିବାର ୩ ଘଣ୍ଟା ମଧ୍ୟରେ ଉଭୟ ଚୀନ ଏବଂ ଆମେରିକରୁ ୨ ହଜାରରୁ ଅଧିକ ଅର୍ଡ଼ର ମିଳିଥିଲା । ଡିଜିଟାଲ ପ୍ରିଣ୍ଟିଂ ଟେକ୍ନୋଲୋଜି ମାଧ୍ୟମରେ ଏହି ଉତ୍ପାଦ(ଟି- ସାର୍ଟ) ଶୀଘ୍ର ପ୍ରସ୍ତୁତ କରାଯାଇଥିଲା । ଏହା ଉତ୍ପାଦନ ବିକ୍ରୟ ଉପରେ ମଧ୍ୟ ପ୍ରଭାବ ପକାଇଛି ।

ଚୀନ କ୍ରମାଗତ ଭାବରେ ଆମେରିକାରେ ଚାଲୁଥିବା ନିର୍ବାଚନର ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଥିବାର ଦେଖାଯାଇଛି । ଆମେରିକାରେ ଟ୍ରମ୍ପଙ୍କ ଉପରେ ଗୁଳି ଚାଳନା ପରେ ଚୀନ ବ୍ୟବସାୟୀ ଟ୍ରମ୍ପଙ୍କ ଅନେକ ଭାଇରାଲ ଫଟୋ ଡାଉନଲୋଡ୍ କରିଥିଲେ । ଏହା ପରେ ଟି ସାର୍ଟରେ ଫଟୋକୁ ଫ୍ରିଣ୍ଟ୍ କରିଥିଲେ । ‘ସୁଟିଂ ମେକ୍ସ ମି ଷ୍ଟ୍ରଙ୍ଗର’ ଏବଂ ‘ଆଇ ୱିଲ୍ ନେଭର ଷ୍ଟପ୍‌’ ଟି ସାର୍ଟକୁ ଲୋକମାନେ ବେଶ ପସନ୍ଦ କରୁଥିବାର ଦେଖାଯାଇଥିଲା । ତେବେ ଚୀନ ସ୍ଥିତ ‘ହେବେଇ’ ଅଂଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଘଣ୍ଟାକୁ ୬୦ ଟି- ସାର୍ଟ ପ୍ରସ୍ତୁତ କରିଥାଏ ।

Get real time updates directly on you device, subscribe now.