fbpx

ମୋଟା ଦରମା ସହ ଅଧିକ ଚାହିଦା ଥିବା ପାଠ୍ୟକ୍ରମ

ନୂଆଦିଲ୍ଲୀ: ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, ମୋଟା ଦରମା ହାସଲ କରିବା । ଏଥିପାଇଁ ଦିନ ରାତି ଏକ କରି ଅନେକ ଶାରୀରିକ ଓ ମାନସିକ ପରିଶ୍ରମ କରିବାକୁ ପଛେଇ ନ ଥାନ୍ତି । ତଥାପି ପକେଟ ଖାଲି ରହିଯାଏ । କାରଣ ଲୋକଙ୍କ ଭିତରେ ଚାକିରିକୁ ନେଇ ସଠିକ ଜ୍ଞାନର ଅଭାବ ରହିଛି । ତେବେ ଆମେ ଏମିତି ୧୦ଟି ପାଠ୍ୟକ୍ରମ ବିଷୟରେ କହିବୁ, ଯେଉଁଥିରେ ମୋଟା ଅଙ୍କର ଦରମା ଆସିବ ।

ଏହି ପାଠ୍ୟକ୍ରମରେ ଆଗରେ ରହିଛି ପୋଟ୍ରୋଲିୟମ ଇଞ୍ଜିନିୟରିଂ । ପେଟ୍ରୋଲିୟମ ଇଞ୍ଜିନିୟରିଂର ଚାହିଦା ସାରା ବିଶ୍ୱରେ ରହିଛି । ବିଶେଷ କରି ତୈଳ ଓ ଗ୍ୟାସ ଉତ୍ପାଦନକାରୀ ଦେଶମାନଙ୍କରେ । ପେଟ୍ରୋଲିୟମ ଇଞ୍ଜିନିୟରିଂ କରିଥିବା ଚାକିରି ଆଶାୟୀଙ୍କୁ ଉଚ୍ଚ ବେତନ ମିଳିଥାଏ ।

ସେହିପରି ଚାର୍ଟର୍ଡ ଆକାଉଣ୍ଟେନ୍ସି (ସିଏ)ର ମଧ୍ୟ ସବୁ ସମୟରେ ଭଲ ଡିମାଣ୍ଡ ରହିଛି । ଏହି ପାଠ୍ୟକ୍ରମ ଦ୍ୱାରା ଚାର୍ଟର୍ଡ ଆକାଉଣ୍ଟେନ୍ସ ଫାଇନାନ୍ସ, ଅଡିଟିଙ୍ଗ, ଟ୍ୟାକ୍ସ ରିଟର୍ଣ୍ଣ ପରି କ୍ଷେତ୍ରରେ ବହୁ ଚାହିଦା ରହିଛି । ଖାଲି ଚାହିଦା ନୁହେଁ, ଏହି ସେବା ପାଇଁ ମଧ୍ୟ ମୋଟା ଅଙ୍କର ବେତନ ଦିଆଯାଇଥାଏ ।

ଏରୋନେଟିକ ଇଞ୍ଜିନିୟରିଂ: ଏହି ପାଠ୍ୟକ୍ରମରେ ବିମାନ ଓ ଅନ୍ତରୀକ୍ଷ ଯାନର ଡିଜାଇନ, ପରୀକ୍ଷଣ ଓ ଉତ୍ପାଦନ କମ୍ପାନୀରେ ନିଯୁକ୍ତି ମିଳିଥାଏ । ଏହା ବିଶ୍ୱବ୍ୟାପୀ ଏକ ଡିମାଣ୍ଡିଂ ପାଠ୍ୟକ୍ରମ । ଆମ ଦେଶରେ ମଧ୍ୟ ଏହି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି । ଏହା ବ୍ୟତୀତ ଏହି ପାଠ୍ୟକ୍ରମ ମଧ୍ୟ ମୋଟା ଦରମାର ଚାକିରି ଯୋଗାଇ ଦେଉଛି । ତେଣୁ ଏହି ପାଠ୍ୟକ୍ରମର ଛାତ୍ରଛାତ୍ରୀ ଭଲ ରୋଜଗାର କରିବାର ସମ୍ଭାବନା ରହିଛି ।

ଏମବିବିଏସ: ଶରୀର ରହିଛି ତ ରୋଗ ମଧ୍ୟ ରହିଛି । ତେଣୁ ଡାକ୍ତରଙ୍କର ଚାହିଦା ରହିଛି ଓ ରହିଥିବ । ଏହା ବ୍ୟତୀତ ଏହି କ୍ଷେତ୍ରରେ ବେଶ ଭଲ ଦରମା ମିଳିଥାଏ । ରୋଗୀ ସେବା ବ୍ୟତୀତ, ରିସର୍ଚ୍ଚ ଜଡିତ ଥିବାରୁ ଏହି ପାଠ୍ୟକ୍ରମ ପ୍ରତି ମେଧା ଛାତ୍ରଛାତ୍ରୀଙ୍କର ଆଗ୍ରହ ଦେଖିବାକୁ ମିଳିଥାଏ ।

କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ: କମ୍ପୁଟର ସାଇନ୍ସ ଗ୍ରାଜୁଏଟ ସପ୍ଟୱେୟାର, ସିଷ୍ଟମ ଡିଜାଇନ ଓ ଡାଟା ମ୍ୟାନେଜମେଣ୍ଟରେ ଦକ୍ଷତା ରଖିଥାନ୍ତି । ଆଉ ଆମ ଜୀବନ ସହ କମ୍ପ୍ୟୁଟରର ଚଳଣି ବୃଦ୍ଧି ପାଇବାରୁ ଏହି ପାଠ୍ୟକ୍ରମରେ ଭଲ ରୋଜଗାରର ସମ୍ଭାବନା ରହିଛି ।

Get real time updates directly on you device, subscribe now.