fbpx

ରାଜ୍ୟରେ ଡେଙ୍ଗୁ ଆତଙ୍କ :ଲୋକ ଭୟଭୀତ, ଦିନକୁ ଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଚିନ୍ତାର କାରଣ ପାଲଟିଛି । କାମାକ୍ଷାନଗର ବ୍ଲକ କାଦୂଆ ପଞ୍ଚାୟତ ସମାଟାଙ୍ଗି ଗାଁରେ ଡେଙ୍ଗୁ ଆତଙ୍କ ଯୋଗୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବର୍ତ୍ତମାନ ସୁଧା ୨୫ରୁ ୩୦ ଜଣ ଡେଙ୍ଗୁ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

ଗାଁରେ ମେଡିକାଲ ଟିମ କିମ୍ବା ପ୍ରଶାସନ ନପହଁଚିବାକୁ ନେଇ ଭୟଭୀତ ଗ୍ରାମବାସୀ।

ସମାଟାଙ୍ଗି ଗାଁରେ କିଛିଦିନ ପୂର୍ବରୁ ଜଣକ ଘରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଚାରିରୁ ପାଞ୍ଚ ଦିନ ହେବ ଗାଁରେ ପ୍ରାୟ ତିରିଶ ଜଣରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହୋଇଛି । ଫଳରେ ଆକ୍ରାନ୍ତମାନେ ବିଭିନ୍ନ ମେଡିକାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଦିନକୁ ଦିନ ଡେଙ୍ଗୁର ଭୟାବହତା ବ୍ୟାପିବାରେ ଲାଗିଛି । ଗାଁରେ ଅଜଣା ଭୟ ଦେଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଁରେ ପ୍ରଶାସନ ପହଞ୍ଚି ପାରିନାହିଁ । ଯାହାକୁ ନେଇ ଅଧିକ ମାତ୍ରାରେ ଡେଙ୍ଗୁ ବ୍ୟାପିବା ଆଶଙ୍କା କରାଯାଉଛି । ଗାଁର ପରିବେଶ ଅସ୍ୱାସ୍ଥ୍ୟକର ଥିବାବେଳେ ପ୍ରଶାସନ ତରଫରୁ ଗାଁ ଲୋକଙ୍କୁ ସଚେତନ କରାଯାଉନାହିଁ । ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗାଁରେ ପହଞ୍ଚି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

ସହରକୁ ଛାଡି ଏବେ ଡେଙ୍ଗୁ ଜ୍ବର ଗ୍ରାମାଞ୍ଚଳରେ ବହୁଳ ମାତ୍ରାରେ ଦେଖାଦେଉଛି । ଗାଁରେ ଅସ୍ବାସ୍ଥ୍ୟକର ପରିବେଶ ସହ ନାଳ ନର୍ଦ୍ଦମା ପାଣି ଜମି ରହିବା ସହ ରାସ୍ତାରେ ମଧ୍ୟ ବୋହୁଥିବାର ଦେଖାଦେଇଛି । ଅଧିକାଂଶ ସ୍ଥାନ ମାନଙ୍କରେ ଦୀର୍ଘଦିନ ଧରି ପାଣି ମଧ୍ୟ ଜମି ରହୁଛି । ଗାଁରେ ଆଶା ଓ ଅଙ୍ଗନବାଡି କର୍ମୀ ରହିଛନ୍ତି । କିନ୍ତୁ ସେମାନଙ୍କ ତରଫରୁ ବ୍ଲିଚିଂ ପାଉଡର କିମ୍ବା ମଶା ତେଲ ମଧ୍ୟ ପକାଉ ନାହାନ୍ତି ।

Get real time updates directly on you device, subscribe now.