fbpx

ବର୍ଷା ଆରମ୍ଭରୁ ଡରାଇଲାଣି ଡେଙ୍ଗୁ: ଆଗକୁ ବଢିବ ଆତଙ୍କ, ଆସିବ ନୂଆ ମାମଲା…

Advertisement

ନୂଆଦିଲ୍ଲୀ: ଭାରତରେ ମୌସୂମୀ ବର୍ଷା ଆରମ୍ଭ ହୋଇଯାଇଛି । ବର୍ଷାଋତୁ ଆରମ୍ଭ ହେବା ସହ ଡେଙ୍ଗୁ ଜ୍ୱରର ଆତଙ୍କ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ସାମ୍ପଲ ଚିହ୍ନଟ ହେଉଛନ୍ତି । ଏହାକୁ ନେଇ ଏକ୍ସପର୍ଟ ମଧ୍ୟ ଏକ ବଡ଼ ରେକର୍ଡ ଦେଇଛନ୍ତି । ଦେଶରେ ବର୍ତ୍ତାନ ଡେଙ୍ଗୁ ମାମଲା ବୃଦ୍ଧି ହେଉଛି ବୋଲି ଏହି ରିପୋର୍ଟ ସ୍ପଷ୍ଟ କରିଛି । ତେଣୁ ଡେଙ୍ଗୁରୁ କିପରି ରକ୍ଷା ମିଳିପାରିବ ଏବଂ ଏହାର ପ୍ରତିକାର ଇତ୍ୟାଦିକୁ ନେଇ ଡାକ୍ତର ପରାମର୍ଶ ଦେଇଛନ୍ତି । ଏହି ଡେଙ୍ଗୁ ମାମଲା ଆଗକୁ କିପରି ରୋକା ଯାଇପାରିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା କରୁଛି ।

ଡେଙ୍ଗୁ ଜ୍ୱରର ବୃଦ୍ଧି ଜାଣିବା ପାଇଁ ୧୦୦ଟି ନମୁନା ପରୀକ୍ଷା କରିଥିଲା ନେସନାଲ ଇଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(NEV) । ପୁଣେରୁ ପ୍ରାୟ ୧୦୦ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ଏଥିରୁ ପ୍ରାୟ ୫୦ ଜଣଙ୍କ ରିପୋର୍ଟ ପଜିଟିଭ ରହିଛି । ଡେଙ୍ଗୁ ଭାଇରସର ମୋଟ ୫ଟି ସିରୋଟାଇପ ରହିଥାଏ । NEV ଅନୁସାରେ, ଡେଙ୍ଗୁ-୨ ସିରୋଟାଇପରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି । ପ୍ରାୟ ୫୦% ନମୁନରେ ଡେଙ୍ଗୁ ପଜିଟିଭ ରିପୋର୍ଟ ଆସିବା ପରେ ଆଗାମୀ ଦିନରେ ଏହି ରୋଗ ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଯାଇଛି ।

ପୁଣେ ନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଚଳିତବର୍ଷ ଡେଙ୍ଗୁର ୪୮୭ ସଂକ୍ରମିତ ମାମଲା ସାମନାକୁ ଆସିଛି । ଏଥିରୁ ୧୫୭ଟି ମାମଲା କେବଳ ଜୁନ୍ ମାସରେ ଚିହ୍ନଟ ହୋଇଛନ୍ତି । ପୁଣେ ବ୍ୟତୀତ ରାଜଦାନୀ ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଡେଙ୍ଗୁ ମାମଲାରେକର୍ଡ କରାଯାଇଛି । ତେଣୁ ଲୋକମାନଙ୍କୁ ଆଲର୍ଟ ରହିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ଦେଶରେ ମୌସୂମୀ ପାଦ ଥାପିଥିବା ବେଳେ ବର୍ଷାଦିନେ ଡେଙ୍ଗୁ ଆତଙ୍କ ଆହୁରି ବଢିବାରେ ଲାଗିଛି । ଆଗମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ଡେଙ୍ଗୁ ସଂକ୍ରମଣ ମାମଲାରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ । ବର୍ଷାଋତୁରେ ଅନେକ ସ୍ଥାନରେ ପାଣି ଜମା ହେଉଥିବାରୁ ଏଠାରେ ମଶାମାନେ ବଂଶବୃଦ୍ଧି କରିଥାନ୍ତି ଏବଂ ସେମାନଙ୍କ ଦ୍ୱାରା ମଣିଷକୁ ଡେଙ୍ଗ ଏବଂ ଚିକନଗୁନିଆ ଆଦି ରୋଗ ବ୍ୟାପିଥାଏ । ଜୁଲାଇ ମାସରୁ ସେପ୍ଟେମ୍ବର ମଧ୍ୟରେ ଡେଙ୍ଗୁ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ରେକର୍ଡ ହେଉଥିବାରୁ ଲୋକଙ୍କୁ ଆଲର୍ଟ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.