fbpx

ରାଜ୍ୟରେ ଘନ କୁହୁଡ଼ି, ୧ ଓ ୨ରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଶୀତର ପ୍ରକୋପ ପାଇଁ ଜନଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି । ଏହା ସହ ଘନ କୁହୁଡ଼ି ଯୋଗୁଁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଦୁଇ ଦିନ ପରେ ରାଜରେ ଶୀତ କମିପାରେ ଏବଂ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶୁକ୍ରବାର ଅନୁଗୁଳ ଓ ସୁନ୍ଦରଗଡ଼ର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । କିରେଇରେ ରାତି ତାପମାତ୍ରା ୬.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୭.୪ ଡିଗ୍ରୀ, ରାଉଲକେଲାରେ ୮.୯ ଡିଗ୍ରୀ, ଅନୁଗୁଳରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ, କେନ୍ଦୁଝରରେ ଏବଂ କୋରାପୁଟରେ ୧୦ ଡିଗ୍ରୀ ରହିଥିଲା । ଏହା ସହ ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ପୁଣି ଥରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୧ ତାରିଖରେ ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ସ୍ୱଳ୍ୱ ବର୍ଷା ହୋଇପାରେ । ସେହିପରି ୨ରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୁରଭଞ୍ଜର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

ସେହିପରି ଅଯୋଧ୍ୟାରେ ଘନ କୁହୁଡ଼ି ସତ୍ତ୍ୱେ ରାମଲଲାଙ୍କ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.