fbpx

ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍‌ ପ୍ରତି ସତର୍କ ରହିବାକୁ ନାଗରିକମାନଙ୍କୁ ଦୂରସଞ୍ଚାର ବିଭାଗର ପରାମର୍ଶ

Advertisement

ନୂଆଦିଲ୍ଲୀ: ଭାରତର ଷ୍ଟକ ଏକ୍ସଚେଞ୍ଜ ଏବଂ ଟ୍ରେଡିଂରେ ବାଧା ସୃଷ୍ଟି କରିବା ନେଇ ଦାବି କରୁଥିବା ଅନ୍ତର୍ଜାତୀୟ ନମ୍ବରରୁ ଆସୁଥିବା ଆତଙ୍କ ସୃଷ୍ଟିକାରୀ କଲ୍ ଠାରୁ ସାବଧାନ ରହିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନ ଦୂରସଞ୍ଚାର ବିଭାଗ (ଡିଓଟି) ନାଗରିକମାନଙ୍କୁ ପରାମର୍ଶ ଦେଇଛି । ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶ ବିରୋଧୀ ତତ୍ତ୍ୱମାନେ ଏଭଳି ବିପଜ୍ଜନକ କଲ୍ କରୁଛନ୍ତି।

ଡିଓଟି ସମସ୍ତ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ଏଭଳି ନମ୍ବରରୁ ଆସୁଥିବା ବିପଜ୍ଜନକ କଲ୍‌କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏଭଳି କଲ୍ ପାଇବା ପରେ ନାଗରିକମାନେ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାକୁ ହେଲ୍ପ-ସଂଚାରସାଥୀ କିମ୍ବା ସେମାନଙ୍କ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.