ଏହି ବ୍ୟାଙ୍କରେ ୨,୦୦,୦୦୦ ଜମା କଲେ ପାଇବେ ୩୦,୯୦୮ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ
୪୪୪ଦିନର ସ୍ପେଶାଲ ଏଫଡି ସ୍କିମ୍, ୨ ଲକ୍ଷ ଜମା କଲେ ପାଇବେ ୩୦ ହଜାର ଉପରେ ସୁଧ
ନୂଆଦିଲ୍ଲୀ: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏକ ସରକାରୀ ବ୍ୟାଙ୍କ। ଏହା ସଞ୍ଚୟ ଯୋଜନାଗୁଡ଼ିକ ଉପରେ ନିଜ ଗ୍ରାହକଙ୍କୁ ଶାନଦାର ରିଟର୍ଣ୍ଣ ଦେଉଛି। ତେବେ ଏହି ବ୍ୟାଙ୍କର ଏଫଡି ସ୍କିମରେ ୨ଲକ୍ଷ ଜମା କରି ଆପଣ ୩୦ ହଜାର ୯୦୮ ଟଙ୍କା ପାଇବେ। ଏଥିରେ ଆପଣ ୭ଦିନ ପାଇଁ ମଧ୍ୟ ଏଫଡି ଖାତା ଖୋଲିପାରିବେ। ଏହି ବ୍ୟାଙ୍କ ଗ୍ରାହକଙ୍କୁ ୩.୫୦ ପ୍ରତିଶତଠାରୁ ୭.୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛି।
୪୪୪ ଦିନିଆ ସ୍ପେଶାଲ ଏଫଡି ସ୍କିମ୍: ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ୪୪୪ ଦିନର ସ୍ପେଶାଲ ଏଫଡି ସ୍କିମରେ ନାଗରିକଙ୍କୁ ସବୁଠୁ ଅଧିକ ୬.୭୫ ପ୍ରତିଶତ ଏବଂ ସିନିୟର ସିଟିଜେନଙ୍କୁ ୭.୨୫ ପ୍ରତିଶତର ସୁଧ ପ୍ରଦାନ କରୁଛି।
ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନିଜର ସୁପର ସିନିୟର ସିଟିଜେନ ଗ୍ରାହକଙ୍କୁ ୪୪୪ ଦିନିଆ ଏଫଡି ସ୍କିମରେ ସବୁଠୁ ଅଧିକ ୭.୫୦ ପ୍ରତିଶତର ବମ୍ପର ସୁଧ ଅଫର କରୁଛି।
ସେହିପରି ୨ ବର୍ଷର ଏଫଡିରେ ସାଧାରଣ ନାଗରିକଙ୍କୁ ୬.୫୦ ପ୍ରତିଶତ, ସିନିୟର ସିଟିଜେନଙ୍କୁ ୭.୦୦ ପ୍ରତିଶତ ଏବଂ ସୁପର ସିନିୟର ସିଟିଜେନଙ୍କୁ ୭.୨୫ ପ୍ରତିଶତର ସୁଧ ଦେଉଛି।
୨ ଲକ୍ଷ ରଖିଲେ ପାଇବେ ୩୦,୯୦୮ ଟଙ୍କା ସୁଧ: ଯଦି ଆପଣ ଜଣେ ସୁପର ସିନିୟର ସିଟିଜେନ ତେବେ ଏହି ବ୍ୟାଙ୍କରେ ଆପଣ ୨ ବର୍ଷର ଏଫଡିରେ ୨ ଲକ୍ଷ ଟଙ୍କା ଜମା କଲେ, ଆପଣଙ୍କ ମାଚ୍ୟୁରିଟିରେ ଆପଣଙ୍କୁ ୨,୩୦,୯୦୮ ଟଙ୍କା ମିଳିବ। ଏଥିରେ ୩୦,୯୦୮ ଟଙ୍କା ହେଉଛି ଫିକ୍ସ ସୁଧ।