fbpx

‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ; ୧୭ରୁ ଆରମ୍ଭ ହେବ ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା  । ସୁଭଦ୍ରା ପୋର୍ଟାଲ- subhadra.odisha.gov.in । କିଛି ତଥ୍ୟ ଜାଣିବାକୁ ଚାହୁଁଥିଲେ ପୋର୍ଟାଲରୁ ହିଁ ଜାଣିହେବ କହିଲେ ପ୍ରଭାତୀ । ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ । ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ ।

ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ । ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ କହିଲେ ପ୍ରଭାତୀ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ । ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି ପ୍ରଭାତୀ । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ପରିବାରରେ ଯଦି ତିନି-ଚାରି ଜଣ ମହିଳା ଅଛନ୍ତି, ତେବେ ବି ସମସ୍ତେ ପାଇବେ ସୁଭଦ୍ରା ଟଙ୍କା ।

ବିଧବା ମହିଳା ବା ଛାତ୍ରବୃତ୍ତି ପାଉଥିବା ଝିଅ ବି ପାଇବେ ଟଙ୍କା । ମାନଦଣ୍ଡ ପୂରଣ କରୁଥିବା ପରିବାରର ସବୁ ମହିଳା ପାଇବେ ଟଙ୍କା । ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ  ‘ସୁଭଦ୍ରା’ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ । ୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଊର୍ଦ୍ଧ୍ୱ ୬୦ରୁ କମ୍ ।

ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ ହୋଇନଥିବ । ଆବେଦନକାରୀଙ୍କ ଜନ୍ମ ୦୧.୦୭.୨୦୦୩ ପରେ ହୋଇନଥିବ । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ଏହି ଯୋଜନାର ଲାଭ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ରାଜ୍ୟରେ ୨୧ରୁ ୬୦ ବର୍ଷର ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଅର୍ଥାତ୍ ଯେଉଁ ମହିଳାଙ୍କ ବୟସ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍, ସେମାନେ ଏହି ଯୋଜନାର ଫାଇଦା ଉଠାଇପାରିବେ । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ ।

Get real time updates directly on you device, subscribe now.