fbpx

ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସଡକ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲା ଜୀବନ

Advertisement

ଅନୁଗୁଳ: ବିଧାନ ସଭା ଉପବାଚସ୍ପତି ସଡକ ଦୁର୍ଘଟଣାର ଶିକାର ହୋଉଛନ୍ତି । ଫଳରେ ତାଙ୍କ ଭାଙ୍ଗି ଯିବା ସହ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ଉପବାସ୍ପତି ରଜନୀକାନ୍ତ ସିଂହ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯୋଗଦେଇ ଫେରିବା ସମୟରେ ଏହି ଦୁର୍ଘଟଣା ଟି ହୋଇଛି । ୫୫ ନମ୍ବର ଜାତୀୟ ରାଜପଥ ର ପଂଚମହଲା ନିକଟରେ ଉପବାଚସ୍ପତିଙ୍କ କାରକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଫଳରେ ତାଙ୍କ କାରଟି ଆଶିଂକ କ୍ଷତି ହୋଇଉଥିବା ବେଳେ ଉପବାଚସ୍ପତିଙ୍କ ଜୀବନ ବଞ୍ଚି ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପକି ରଜନୀକାନ୍ତ ବରିହା ଆଜି ନୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେଇ ନିର୍ବାଚନ ମଣ୍ଡଳୀ ବଙ୍ଗଲକୁ କୌଣସି ଏକ କାମରେ ଯାଉଥିଲେ । ତେବେ ଉପବାଚସ୍ପତିଙ୍କ ଗାଡି ପଞ୍ଚମହଲା ଠାରୁ ବନ୍ତଳାକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଟ୍ରକଟି କାର ଡୋର ସହ ଘସି ହୋଇ ଆଗକୁ ଚାଲିଯାଇଥିଲା । ଯେଉଁ କାରଣରୁ କାର ଆଶିଂକ ଭାବରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଉପବାଚସ୍ପତି ରଜନିକାନ୍ତ ସିଂହ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିଛି । ତେବେ ଏହି ଘଟଣାର ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପଞ୍ଚିଛି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.