ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ ଏକ ସୋସିଆଉ ମିଡିଆ ଅଭିଯାନ ଆରମ୍ଭ କରିଛି । ଯାହାର ଶୀର୍ଷକ ହେଉଛି “ଦେଶ କି ବଦଲି ସୋଚ” । ଏଥିରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସର ଭାଷଣକୁ କଂଗ୍ରେସର ପୂର୍ବ ଲୋକଙ୍କ ସହ ତୁଳନା କରିଛି । ଏହି ଅଭିଯାନ ଅଗଷ୍ଟ ୧୬ ଠାରୁ ଆରମ୍ଭ କରାଯାଇଛି
ଏହି ପାର୍ଟି ତାଙ୍କ ଟ୍ୱିଟରରେ ଅନେକ ଗ୍ରାଫିକ ଫଟୋ ସେୟାର କରିଛନ୍ତି । ଯେଉଁଥରେ ମନମୋହନ ସିଂଙ୍କ ଠାରୁ ଆରମ୍ଭ କରି, ରାଜୀବ ଗାନ୍ଧୀ,ଇନ୍ଦିରାଗାନ୍ଧୀ,ଜବହାରଲାଲ ନେହେରୁ ସମସ୍ତଙ୍କ ଅଭିଭାଷଣ ରହିଛି ।ତେବେ ଏହି ଭଳି ଏକ ଟ୍ୱିଟରେ ଅଭିଯୋଗ ରହିଛି ଯେ ୧୯୬୨ ମସିହାରେ ଚୀନ ସହିତ ଯୁଦ୍ଧ ରେ ଯେଉଁ ସହିତ ମାନେ ଜୀବନ ହାରିଥିଲେ ୧୯୬୩ ରେ ନେହେରୁ ତାଙ୍କ ଭାଷଣରେ ସହିଦ ମାନଙ୍କୁ କୌଣସି ଶ୍ରଦ୍ଧାଞ୍ଜଳୀ ଜଣାଇ ନାହାନ୍ତି । ଏହା ସହିତ ମୋଦୀ ୨୦୨୦ରେ ଲଦାଖରେ ଚୀନବାହିନୀ ସହ ଲଢ଼ି ଯେଉଁ ବଳିଦାନ ଦେଇଥିଲା ତାକୁ ସବୋର୍ଚ୍ଚ ବଳିଦାନ ବୋଲି ଦେଇଥିବା ମନେ ପକାଇଛନ୍ତି ।
ଏହ ସହିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି, ଯେଉଁଥିରେ ଲେଖାଯାଇଛି ସେ କେବଳ ଦେଖେଇ ହେଇ କହିକି ରହିଗଲେ, କିନ୍ତୁ ପରିବର୍ତ୍ତନ ଆମେ କରୁଛୁ ।କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସୋମବାର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ତୁଚ୍ଛ କରିବା ପାଇଁ ଏହା ହେଉଛି ବିଜେପିର ଏକ ଉଦ୍ଦ୍ୟମ । ସେ କେବଳ ନିଜର ବାହାବାହି କରିବାକୁ ଚାହୁଁଛନ୍ତି । ତେବେ ବିଜେପି ତାର ଟ୍ୱିଟରରେ ଏହି ଭଳି ଅନେକ ଗ୍ରାଫିକ ପୋଷ୍ଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।