ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ପରିବର୍ତ୍ତନ ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ ହକିଲେ ମନ୍ତ୍ରୀ । ଲୋକଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଏବେବି ବିଚାରବିମର୍ଶ ଚାଲିଛି ।
ବିଶେଷ କରି କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ବ୍ୟବସ୍ଥା ହେବ । ଆଲୋଚନା ଚାଲିଛି, ଖୁବ୍ ଶୀଘ୍ର ନିଷ୍ପତ୍ତି ହେବା ପରେ କାମ ଆରମ୍ଭ । ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ।