fbpx

ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ, ସଂପନ୍ନ ହେଲାନି ବନକଲାଗି ନୀତି

ପୁରୀ: ପ୍ରଶାସନ ନିଯୋଗ ମଧ୍ୟରେ ବିବାଦ ମଝିରେ ଫସିଲେ ମହାପ୍ରଭୁ ଜଗନ୍ନାଥ। ଖାତିରି ନାହିଁ ଭକ୍ତଙ୍କ ଆକୁଳ ନିବେଦନ କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ। ଆଜି ବି ଶ୍ରୀମନ୍ଦିରରେ ସଂପନ୍ନ ହେଲାନି ବନକଲାଗି ନୀତି, ନିଜ ଜିଦରେ ଅଡ଼ି ରହିଲା ଦତ୍ତମହାପାତ୍ର ନିଯୋଗ। ଉଭୟ ପକ୍ଷର ଅହଙ୍କାର ଓ ଆତ୍ମବଡିମା ପାଇଁଆଜି(ବୁଧବାର) ମଧ୍ୟ ହୋଇପାରିଲା ନାହିଁ ଓଡିଆ ଜାତିର ମଉଡମଣୀଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି।

ଜିଦ ପାଇଁ ସମୟେ ସମୟେ ଅଖିଆ ଅପିଆ ଅନିଦ୍ରା ରହୁଛନ୍ତି ବିଶ୍ବବ୍ରହ୍ମାଣ୍ଡ। ସପ୍ତାହ ସପ୍ତାହ ଧରି ହୋଇପାରୁନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର। ଯାହାକୁ ନେଇ ସାରା ଓଡିଶାରେ ଭକ୍ତ ମହଲରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଖବର ଲେଖା ହେବା ସୁଦ୍ଧା ବନକଲାଗି ନୀତି ହୋଇପାରିନାହିଁ। ଫଳ ହିଁ ରେ ଆଜି ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ହେବ କି ନାହିଁ ଅସ୍ପଷ୍ଟ।

ଶ୍ରୀମନ୍ଦିର ସ୍ଵତଲିପି ଅନୁଯାୟୀ ଗୁରୁବାର ଦିନ ହିଁ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରକୃଷ୍ଟ ଦିବସ ବୋଲି ଦତ୍ତ ମହାପାତ୍ର ନିଯୋଗ କହୁଛି। ସେହିପରି ଗୁରୁବାର ଦିନ ହିଁ ମହାଲକ୍ଷ୍ମୀଙ୍କ ଏକାନ୍ତ ନୀତି ଅନୁଷ୍ଠିତ ହୋଇଥାଏ। ଏଣୁ ପରମ୍ପରା ମୁତାବକ ଗୁରୁବାର ଦିନ ହିଁ ବନକ ହିଁ ଲାଗି ନୀତି ହେବା ଉଚିତ। ଆଜି ବୁଧବାର ବନକଲାଗି ନୀତି କରାନଗଲେ ଶୃଙ୍ଖଳାଗତ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ତେବେ ଏହାର ଜବାବରେ ଚିଠିଲେଖି ଯାହାର ଜବାବ ଦେଇଛନ୍ତି ଦନ୍ତି ତ୍ତମହାପାତ୍ର ସେବାୟତ। ଦତ୍ତମହାପାତ୍ର ସେବାୟତ ପକ୍ଷରୁ କୁହାଯାଇଛି ଯେ , ‘‘ବନକଲାଗି ନୀତି ପାଇଁ ଆବଶ୍ୟକ ଥିବା ପାରମ୍ପରିକ ଦ୍ରବ୍ୟର ପ୍ରସ୍ତୁତି ପାଇଁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟର ଆବଶ୍ୟକତା ରହିଛିହି। ତେଣୁ ଆଜି ଏହାକୁ ପ୍ରସ୍ତୁତ କରାଯାଇ ବନକଲାଗି ନୀତି କରାଯିବା ସମ୍ଭବପର ନୁହେଁ। ଆସନ୍ତା କାଲି ଗୁରୁବାର ବନକଲାଗି ନୀତି କରାଯିବ।

Get real time updates directly on you device, subscribe now.