ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଜାମନଗରରୁ ଦ୍ୱାରକାଧୀଶ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ଆଜି ସମାପ୍ତ ହୋଇଛି । ସେ ରବିବାର ଦ୍ୱାରକାଧୀଶ ମନ୍ଦିରରେ ପହଞ୍ଚିଛନ୍ତି । ଅନନ୍ତ ଅମ୍ବାନୀଙ୍କ ମାଆ ଏବଂ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷ ନୀତା ଅମ୍ବାନୀ ଏବଂ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟ ଆଜି ତାଙ୍କ ସହିତ ଯୋଗ ଦେଇଛନ୍ତି ।
ଅନନ୍ତ ଅମ୍ବାନୀ କହିଥିଲେ, ‘ଏହା ମୋର ଧାର୍ମିକ ଯାତ୍ରା । ମୁଁ ଏହି ଯାତ୍ରା ଭଗବାନଙ୍କ ନାମରେ ଆରମ୍ଭ କରିଛି ଏବଂ ତାଙ୍କ ନାମରେ ଏହାକୁ ଶେଷ କରିବି । ମୁଁ ଭଗବାନ ଦ୍ୱାରକାଧୀଶଙ୍କୁ ଧନ୍ୟବାଦ ଜଣାଉଛି । ଏହି ଯାତ୍ରାରେ ମୋ ସହିତ ଯୋଗ ଦେଇଥିବା ଲୋକଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଜଣାଉଛି । ଆଜି ମୋ ସ୍ତ୍ରୀ ମୋ ସହିତ ଯୋଗ ଦେଇଛନ୍ତି ଏବଂ ମୋ ମାଆ ମୋ ସହିତ ଅଛନ୍ତି । ଯେତେବେଳେ ମୁଁ ମୋ ବାପାଙ୍କୁ ଏହି ଯାତ୍ରା ବିଷୟରେ କହିଲି, ସେ ମୋତେ ବହୁତ ସାହସ ଦେଲେ ।’
ତେବେ ଅନନ୍ତ ଅମ୍ବାନୀ ଏବଂ ସମଗ୍ର ଅମ୍ବାନୀ ପରିବାରଙ୍କର ଭଗବାନ ଦ୍ୱାରକାଧୀଶଙ୍କ ଉପରେ ବିଶ୍ୱାସ ଅଛି ଏବଂ ସେମାନେ ସମୟ ସମୟରେ ସେଠାକୁ ଯାଆନ୍ତି। ଅନନ୍ତ ଅମ୍ବାନୀଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଅନନ୍ତ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଉଛି। ଏହା ସହିତ ଅନନ୍ତ ଭିଡିଓରେ ହନୁମାନ ଚାଳିଶା ଜପ କରୁଥିବାର ମଧ୍ୟ ଦେଖାଯାଉଛି। ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ଲମ୍ବା ପଦଯାତ୍ରା ଆରମ୍ଭ କରିଛନ୍ତି।