ନୂଆଦିଲ୍ଲୀ : ତୁଟିଲା ମୁ୍ଖ୍ୟମନ୍ତ୍ରୀ ଅଡୁଆ । ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତ୍ତି ନିଆଯାଇଛି । ଦେବେନ୍ଦ୍ର ଫଡନାବିସଙ୍କ ନାମରେ ଲାଗିଛି ମୋହର । ବିଜେପି ଏବଂ ମହାୟୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବିଜେପିର କୋର କମିଟି ବୈଠକରେ ଦେବେନ୍ଦ୍ର ଫଡନାବିସଙ୍କ ନାମରେ ମୋହର ବାଜିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ରହିଛି । ୧୨ଦିନ ଧରି ଲାଗି ରହିଥିବା ସିଏମ ସସପେନ୍ସ ଉପରି ଆଜି ପରଦା ହଟିଛି । ବିଧାୟକ ଦଳ ବୈଠକ ପରେ ଦେବେନ୍ଦ୍ର ଫଡନାବିସଙ୍କ ନାମ ଘୋଷଣା ହୋଇପାରେ ।
ପ୍ରକାଶଥାଉକି, ଆଜି ସକାଳୁ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଫଡନାବିସଙ୍କ ନାମ ଉପରେ ମୋହର ବାଜିଛି । ବୈଠକ ପୂର୍ବରୁ ହିଁ ଫଡନାବିସ ରେସରେ ଆଗରେ ରହିଥିଲେ । ମଙ୍ଗଳବାର ଦିନ ସେ କମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ । ତେବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ମୁମ୍ବାଇର ଆଜାଦ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିଲା । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ନାମ ଘୋଷଣା କରାଯାଇ ନାହିଁ । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ବିଜେପି, ଶିବସେନା ଏବଂ ଏନସିପି ମଧ୍ୟରେ ବିଭାଗ ବଣ୍ଟନ ହୋଇପାରେ । ତେବେ କାହାକୁ କେତେ ମନ୍ତ୍ରୀ ପଦ ମିଳିବ ତାହା ଦେଖିବାକୁ ବାକି ରହିଲା ।