fbpx

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଦେଖିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ, ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି

ପୁରୀ: ଆଉ ଦିନ କେଇଟା ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜୋରସୋରେ ଚାଲିଛି ସମସ୍ତ ପ୍ରସ୍ତୁତି । ନିକଟରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଶେଷ ହେବା ପରେ ବର୍ତ୍ତମାନ ସେ ଅନବସରରେ ଅଛନ୍ତି । ଏଥିମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଚଳିତ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଚଳିତ ବର୍ଷ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ନୀତିକୁ ତ୍ୱରାନ୍ୱିତ କରିବା ପାଇଁ ନବଯୌବନ ଦର୍ଶନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଭକ୍ତଙ୍କର ଭିଡ଼ କମ୍‌ କରିବା ପାଇଁ ନବ‌ଯୌବନ ଦର୍ଶନ ହେବ ନାହିଁ । ଏହା ସହ ନୀତିର ଯଥେଷ୍ଟ ପୂର୍ବରୁ ସେବାୟତମାନେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ସ‌େହିପରି ଭକ୍ତଙ୍କୁ ପହଣ୍ଡି ଟିକେଟ୍‌ ମଧ୍ୟ ମିଳିବ ନାହିଁ।କି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ । ଏବର୍ଷ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଏବଂ ଗୁଣ୍ଡିଚା ଯାତ୍ରା ଏକାଠି ପଡ଼ୁଛି । ତେଣୁ ସମୟ କମ୍ ଥିବାରୁ ଭିଡ଼ ନିୟନ୍ତ୍ରଣ ନେଇ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସୋମବାର ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି କମିଟି।

Get real time updates directly on you device, subscribe now.