fbpx

(Video) ମାଗଣାରେ ପୁରୀକୁ ଯିବେ ଶ୍ରଦ୍ଧାଳୁ: କେମିତି କରିବେ ପଞ୍ଜିକରଣ? ଦିଆଯିବ ଏହିସବୁ ସୁବିଧା

ଓଡ଼ିଶା ଭାସ୍କର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସ । ଏଥିପାଇଁ ଶୀକ୍ଷେତ୍ର ପୁରୀକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହାମଧ୍ୟରେ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ନୂଆ ବ୍ୟବସ୍ଥା । ମାଗଣାରେ ପୁରୀକୁ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପୁରୀକୁ ଯିବା ସହ ରହିବା, ଖାଇବା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ସରକାର ମାଗଣାରେ ଯୋଗାଇଦେବେ । କିନ୍ତୁ ଏଥିପାଇଁ ପଞ୍ଜିକରଣ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା ରାଜ୍ୟ ସରକାରଙ୍କ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ…

କାର୍ତ୍ତିକ ମାସ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ହବିଷ୍ୟାଳୀ ମାନଙ୍କୁ ମାଗଣାରେ ପୁରୀ ଆସିବା ବ୍ୟବସ୍ଥା କରିଛନ୍ତି ସରରକାର । ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା ପାଇଁ ଆସନ୍ତା ୬ରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ । ୧୧ ତାରିଖ ପର୍ଯ୍ୟନ୍ତ ଅନ୍ ଲାଇନରେ ପଞ୍ଜୀକରଣ ପରିପାରିବେ ହବିଷ୍ୟାଳୀ ଶ୍ରଦ୍ଧାଳୁ । ଏଥିପାଇଁ https://edistrict.odisha.gov.in portal ମାଧ୍ୟମରେ ନିର୍ଦ୍ଦିଷ୍ଟ ଫର୍ମ ମାଧ୍ୟମରେ ଅନଲାଇନ ଯୋଗେ ପଞ୍ଜିକରଣ କରିବାକୁ ହେବ । ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ହବିଷ୍ୟାଳୀ ଯୋଜନାରେ ୨ ହଜାର ୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ପୁରୀରେ ହବିଷ୍ୟାଳୀଙ୍କ ୧ମାସର ରହଣୀ ପାଇଁ ବ୍ୟବସ୍ଥା କରାଯିବ । ହବିଷ୍ୟାଳିଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ , ଭଜନ କିର୍ତ୍ତନ ଭଳି ସାଂସ୍କୃତିକ କାର୍ୟ୍ୟକୁ ସୁସଂଗଠିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ।

ତେବେ ସୁସ୍ଥ ଥିବା ଲୋକମାନଙ୍କୁ ହବିଷ୍ୟାଳୀ ଶିବିରରେ ରଖାଯିବ ଏବଂ ଅନ୍ୟମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯିବ । ସେହିପରି ଏହି ଯୋଜନାରେ ନୂତନ ଭାବେ ପଞ୍ଜୀକରଣ କରୁଥିବା ହବିଷ୍ୟାଳୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ପୁରୀ ପ୍ରଶାସନ ପକ୍ଷରୁ ୪ଟି ଶିବିରରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା କରାଯାଇଛି । ୧୧ ତାରିଖରେ ପଞ୍ଜିକରଣ ସରୁଥିବା ବେଳେ ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ରହିବେ ଶ୍ରଦ୍ଧାଳୁ । ଏଠାରେ ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ପୂର୍ବ ସରକାରଙ୍କ ସମୟରେ ଦୁଇ ବର୍ଷ ଧରି ହବିଷ୍ୟାଳୀ ଯୋଜନା ସଫଳତାର ସହ କରାଯାଇଥିଲା । ହବିଷ୍ୟାଳୀ ଯୋଜନାରେ ମାଆ ମାନଙ୍କ ରହଣୀ, ସେମାନଙ୍କ ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ଭଜନ କିର୍ତ୍ତନ ଭଳି ସାଂସ୍କୃତିକ କାର୍ୟ୍ୟକୁ ସୁସଂଗଠିତ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ମହାଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଭିଡ ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.