ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ

ପୁରୀ: ନୂଆ ବର୍ଷ ପାଇଁ ଆଉ କେଇଟା ଦିନ ବାକି ରହିଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୂଆ ବ୍ୟବସ୍ଥା ଜାରି ହୋଇଛି। ନୂଆ ଆଇନ ଅନୁଯାୟୀ, ନୂଆ ବର୍ଷ ଅର୍ଥାତ ୨୦୨୫ ବର୍ଷ ଜାନୁଆରୀ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଡିସେମ୍ବର ୩୦ ଓ ୩୧ରେ ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ ହେବ। ସାତ ପାହାଚ ଦେଇ ପ୍ରବେଶ କରିବେ ଭକ୍ତ। ସେହିପରି ଘଣ୍ଟି ଏବଂ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ।