ଛାଡପତ୍ର ଖବରକୁ ନେଇ ମୁହଁ ଖୋଲିଲେ ଧନଶ୍ରୀ, କହିଲେ ମୋତେ ବଦନାମ୍…

ଛାଡପତ୍ର ପ୍ରସଙ୍ଗରେ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଧନଶ୍ରୀ । ଖୋଲି କହିଦେଲେ ମନର ବ୍ୟଥା ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି । ଏହାରି ଭିତରେ ଧନଶ୍ରୀ ଆଜି ମୁହଁ ଖୋଲିଛନ୍ତି । ଭିତ୍ତିହୀନ ଲେଖା ମାଧ୍ୟମରେ ମୋତେ ବଦନାମ କରାଯାଉଥିବା କଥା ସେ କହିଛନ୍ତି ।

ଧନଶ୍ରୀଙ୍କ ପୋଷ୍ଟ- ଇନଷ୍ଟାରେ ପୋଷ୍ଟ କରି ଧନଶ୍ରୀ ଲେଖିଛନ୍ତି, “ ଗତ କିଛି ଦିନ ହେବ ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟଦାୟକ ରହିଥିଲା । ମୋତେ ଟ୍ରୋଲ କରାଯାଉଛି । ମୋ ବିରୋଧରେ ତଥ୍ୟହୀନ ଏବଂ ଘୃଣା ପ୍ରସାର କରାଯାଉଛି । ମୁଁ ଆଜି ଯାଏଁ ନୀରବତା ରହିଥିଲି ତାମାନେ ଏହା ମୋର ଦୁର୍ବଳତା ନୁହେଁ । ମୁଁ ଅନେକ କଷ୍ଟ କରି ମୋର ନିଜର ପରିଚୟ ତିଆରି କରିପାରିଛି । ଏପରିକି ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି । ”

ଉଲ୍ଲେଖଯୋଗ୍ୟ ଯେ, ଚହଲ ଏବଂ ଧନଶ୍ରୀ ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଅନଫଲୋ କରିଛନ୍ତି । ଏହାରି ଭିତରେ ତାଙ୍କର ଛାତ୍ରପତ୍ର ନେଇ ମଧ୍ୟ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏନେଇ ୟୁବି କିମ୍ବା ଧନଶ୍ରୀ ମୁହଁ ଖୋଲିନାହାନ୍ତି ।