fbpx

Dhani Fraud Loan: ଆପଣଙ୍କ PAN ଦ୍ୱାରା ଅନ୍ୟ କେହି ନେଉଛି କି ଲୋନ୍? କ୍ଷତି ସହିବା ପୂର୍ବରୁ ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ: ଫିନଟେକ୍ କମ୍ପାନୀ ଇଣ୍ଡିଆବୁଲ୍ସ ଗତ କିଛି ଦିନ ହେବ ବିବାଦରେ ଘେରି ରହିଛି । ଏହିୁ ବିବାଦ କମ୍ପାନୀର ଫାଇନାନ୍ସିଆଲ୍ ସର୍ଭିସ୍ ଆପ୍ ଧନୀ ସହିତ ଜଡ଼ିତ । ଏହି ଆପ୍ ବିନା କୌଣସି ସିକ୍ୟୁରିଟିରେ ଲୋନ୍ ଦେଇଥାଏ । ନିକଟରେ ହୋଇଥିବା ଖୁଲାସାରୁ ଜଣାପଡ଼ିଛି ଯେ, ଧନୀ ଆପ୍ ରେ ଏକ ଅଲଗା ପ୍ରକାର ଠକେଇ ହୋଇଛି । କେବଳ ଜଣେ ନୁହଁନ୍ତି ବରଂ ଏକାଧିକ ଲୋକ ଏହି ଆପ୍ ଦ୍ୱାରା ଠକେଇର ଶିକାର ହୋଇଛନ୍ତି । ଅଭିଯୋଗ ଯେ, ଲୋକଙ୍କ ସହମତି ବିନା ସେମାନଙ୍କ ପାନ୍ କାର୍ଡ ଦ୍ୱାରା ଅନ୍ୟ ମାନଙ୍କୁ ଲୋନ୍ ଦିଆଯାଇଛି । ଏହହି ଠକେଇର ଖୁଲାସା ପରେ ଆପଣ ମାନେ ସଜାଗ ରହିବା ଜରୁରୀ । ତେଣୁ ଆପଣ ମଧ୍ୟ ଜାଣିବା ଦରକାର ଯେ, ଆପଣଙ୍କ ପାନ୍ କାର୍ଡ ଦ୍ୱାରା ଅନ୍ୟ କେହି ଲୋନ୍ ନେଇଛନ୍ତି କି ନାହିଁ । ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ ।

ଏପରି କରନ୍ତୁ ଚେକ୍:

ଆପଣଙ୍କ ନାମରେ କେତେ ଲୋନ୍ ନିଆଯାଇଛି, ଏହାର ତଥ୍ୟ ଆପଣ କ୍ରେଡିଟ୍ ସ୍କୋର ରିପୋର୍ଟରୁ ମିଳିଥାଏ । ରିପୋର୍ଟ ପାଇବା ପାଇଁ କୌଣସି କ୍ରେଡିଟ୍ ବ୍ୟୁରୋର ସର୍ଭିସ୍ ନେବାକୁ ପଡ଼େ । ଆପଣ ଏଥିପାଇଁ ଟ୍ରାନ୍ସୟୁନିଅନ୍ ସିଭିଲ୍, ଇକ୍ୱିପ୍ୟାକ୍ସ, ଏକ୍ସପିରିୟନ୍ କିମ୍ବା ସିଆରଆଇଏଫ୍ ହାଇ ମାର୍କ ଭଳି ବ୍ୟୁରୋର ସହାୟତା ନେଇପାରିବେ ।

ଏସବିଆଇ କାର୍ଡ, ପେଟିଏମ୍, ବ୍ୟାଙ୍କ୍ ବଜାର ଆଦି ମଧ୍ୟ ବ୍ୟୁରୋ ସହିତ ବୁଝାମଣା କରି ରିପୋର୍ଟ ଦେଇଥାନ୍ତି । ଏହି ବ୍ୟୁରୋର ପୋର୍ଟାଲ୍ କିମ୍ବା ଆପ୍ ରେ ଖୁବ୍ ସହଜରେ ନିଜର କ୍ରେଡିଟ୍ ସ୍କୋର ଜାଣିପାରିବେ ।

SBI କାର୍ଡ ପରି କିଛି ଆପ୍ ରେ ଆପଣ ମାଗଣାରେ ସ୍କୋର୍ ଯାଞ୍ଚ କରିପାରିବେ । ଏଥିପାଇଁ ଏକ ଏସବିଆଇ କ୍ରେଡିଟ କାର୍ଡ ରହିବା ଆବଶ୍ୟକ ।

ଅନ୍ୟ ଉପଭୋକ୍ତାମାନେ ସେମାନଙ୍କର ସୁବିଧା ଅନୁଯାୟୀ ସୁବିଧା ଚୟନ କରିପାରିବେ । ଜନ୍ମ ତାରିଖ, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ପାନ୍ ନମ୍ବର ପରି କିଛି ସୂଚନା ଦେଇ ଆପଣ ନିଜର ଆକାଉଣ୍ଟ୍ ତିଆରି କରିପାରିବେ ।

ବର୍ତ୍ତମାନ ଆପଣ ଲଗଇନ୍ କରି ରିପୋର୍ଟ ଆକ୍ସେସ୍ କରିପାରିବେ । ଆପଣଙ୍କ ନାମରେ କେତେ ଋଣ ନିଆଯାଇଛି ତାହା ରିପୋର୍ଟରେ ଦର୍ଶାଇବ ।

ଯଦି ଆପଣ ଏପରି କୌଣସି ଋଣ ଦେଖନ୍ତି, ଯାହା ଆପଣ ନେଇ ନାହାଁନ୍ତି, ତାହେଲେ ତୁରନ୍ତ ଏନେଇ ଅଭିଯୋଗ କରନ୍ତୁ । ଏହି ଅଭିଯୋଗ ଆୟକର ୱେବସାଇଟରେ କରାଯାଇପାରିବ ।

Get real time updates directly on you device, subscribe now.