fbpx

ଭୁବନେଶ୍ୱରରେ ଆରମ୍ଭ ହେଲା ଜି-୨୦ ସମ୍ମିଳନୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ କଲେ ଉଦଘାଟନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଆଇଏମଏମଟି ପରିସରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ସିଏସଆଇଆର ଏବଂ ଆଇଆଇଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀ ଉଦଘାଟନ କରିଛନ୍ତି ଶ୍ରୀ ପ୍ରଧାନ ।

ଏହି ସମ୍ମିଳନୀକୁ ଲୋକାର୍ପଣ କରିବା ପରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ’ ପାଇଁ ଅନୁଷ୍ଠିତ ଏକ ସମ୍ମିଳନୀରେ ମଧ୍ୟ ଶ୍ରୀ ପ୍ରଧାନ ଯୋଗ ଦେଇଛନ୍ତି । ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି । ତେବେ ଏହି ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ କରିବା ଏବଂ ଭବିଷ୍ୟତରେ କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦିଆଯିବ । ତେଣୁ ଓଡିଶାରେ କଥାବସ୍ତୁ ରହିଛି ‘ଭବିଷ୍ୟତର କାର୍ଯ୍ୟ’ । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ମେସିନ ଲର୍ଣ୍ଣିଂ, ଅଟୋମେସନ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ବା କୌଶଳର ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ କିମ୍ବା ରି ସ୍କିଲିଂ ଓ ଅପ ସ୍କିଲିଂର ଆବଶ୍ୟକତା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯିବ । ଏହାସହିତ ଏହି ସ୍ଥାନ ଗୁଡିକରେ ଏସବୁ ସୁବିଧା ଉପଲବ୍ଧ କରାଇବା ଉପରେ ମଧ୍ୟ ଆଲୋଚନା ହେବ । ବିଭିନ୍ନ ଶିଳ୍ପ, ସରକାରୀ ସଂସ୍ଥା ଆଇଟି କମ୍ପାନୀ ଏବଂ ଛାତ୍ରଛାତ୍ରୀମାନେ ଆଜିର ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.