CHARIDHAM

ହକି ଇଣ୍ଡିଆର ସଭାପତି ହେଲେ ଦିଲ୍ଲୀପ ତିର୍କୀ, ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ହକି ଇଣ୍ଡିଆ (ଏଚଆଇ) ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଓଡ଼ିଆ ଭାବରେ ଦିଲ୍ଲୀପ ହକି ଇଣ୍ଡିଆର ସଭାପତି ଦାୟିତ୍ୱ ପାଇଛନ୍ତି। ସଭାପତି ପଦ ପାଇବା ପରେ ଏଫ୍‌ଆଇଏଚ୍‌କୁ ଦିଲ୍ଲୀପ ଧନ୍ୟବାଦ ଜଣାଇଛନ୍ତି। ବିନା ପ୍ରତିଦ୍ୱନ୍ଦିତାରେ ଦିଲ୍ଲୀପ ସଭାପତି ନିର୍ବାଚିତ ହୋଇଛନ୍ତି। ଅକ୍ଟୋବର ୧ ରେ ହକି ଇଣ୍ଡିଆ ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା।

ସଭାପତି ନିର୍ବାଚିତ ହେବା ପରେ ଦିଲ୍ଲୀପ ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ହକିକୁ ନୂତନ ଉଚ୍ଚତାରେ ପହଞ୍ଚାଇବାକୁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଦିଲ୍ଲୀପ ୧୯୯୫ ରୁ ୨୦୧୦ ମଧ୍ୟରେ ଭାରତ ପାଇଁ ୪୧୨ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ବର୍ତ୍ତମାନ ଓଡିଶା ହକି ପ୍ରୋତ୍ସାହନ ପରିଷଦର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରୁଛନ୍ତି। ଦିଲୀପ ତିର୍କୀ ହକି ଆସୋସିଏସନ୍ ଅଫ୍ ଓଡିଶା ପକ୍ଷରୁ ଜାତୀୟ ଫେଡେରେସନ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତିର୍କି ଜଣେ ରାଜନେତା ମଧ୍ୟ ଏବଂ ପୁର୍ବରୁ ରାଜ୍ୟସଭା ସଦସ୍ୟ ରହିଥିଲେ।