ରାଜସ୍ଥାନରେ ଚାଲିଥିଲା ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା, ନାଚିଲେ Dutyରେ ଥିବା ମହିଳା ପୋଲିସ

ଅଲୱାର : ଆଜିକାଲି ରାଜସ୍ଥାନ ଅଲୱାରରେ ପଣ୍ଡିତ ଧୀରନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ କଥା ବାଗେଶ୍ୱର ନାମରେ ଜଣା ଶୁଣା । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଅନେକ ଲୋକ କଥା ଶୁଣିବାକୁ ଏଠାକୁ ଆସିଛନ୍ତି । ତେବେ ଏଠାରେ ଦେଖିବାକୁ ମିଳିଛି ବାବାଙ୍କର କଥା ଚାଲିଥିବା ବେଳେ ହଠାତ ଜଣେ ମହିଳା ପୋଲିସ କର୍ମୀ ନାଚିବାକୁ ଲାଗିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ମହିଳା ଜଣଙ୍କ “ପାଓନ ମେନ ଘୁଙ୍ଗୁରୁ ଡ୍ୟାମ କେ ନାଚେ’ ଗୀତରେ ଜୋରରେ ନାଚୁଛନ୍ତି । ତାଙ୍କ ସାଙ୍ଗରେ ତାଙ୍କ ସାଥୀ ମାନେ ନାଚିବାକୁ ଲାଗିଛନ୍ତି । ତେବେ ପୋଲିସ ୟୁନିଫର୍ମରେ ଥିବା ବେଳେ ନାଚିବା କେତେ ଠିକ କେତେ ଭୁଲ ତାହାର ଉତ୍ତର ନିଜେ ପୋଲିସ ଦେବ । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ତାଙ୍କ କଥାରେ ହିନ୍ଦୁ ରାଷ୍ଟ୍ର ଏବଂ ସନାତନ ବିଷୟରେ କହିଥିଲେ ।

ସେ କହିଛନ୍ତି ଯେଉଁ ମାନେ ସନାତନଙ୍କ ବିଷୟରେ ଖରାପ କଥା କହିଛନ୍ତି ସେମାନେ ବିନାଶ ହେବେ । ସନାତନ ଧର୍ମ କେବେ ବିନାଶ ହୋଇନାହିଁ କିମ୍ବା କେବେ ବିନାଶ ହେବ ନାହିଁ । ସନାତନ ହେଉଛି ସବୁଠାରୁ ବଡ ଧର୍ମ । ଧିରେନ୍ଦ୍ର କହିଛନ୍ତି ଯଦି ଲୋକମାନେ ଚାହାନ୍ତି ତେବେ ଏକ ହିନ୍ଦୁରାଷ୍ଟ୍ର ଗଠନ ହୋଇପାରିବ । ଏହି କଥା ଶୁଣିବା ପାଇଁ ଏବେ ଅନେକ ରାଜନୈତିକ ନେତାମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।