fbpx

ଟି-୨୦ରେ ଧୋନୀଙ୍କ ନାମରେ ଦ୍ୱିଶତକ: ପଛରେ ପଡିଲେ ଅନେକ ଧୁରନ୍ଧର ଖେଳାଳି

Advertisement

ମୁମ୍ବାଇ: ନିଜ ନାମରେ ଆଉ ଏକ ଅପୂର୍ବ ରେକର୍ଡ ଯୋଡିଛନ୍ତି । ଟ-୨୦ କ୍ରିକେଟରେ ଏକ ଦ୍ୱିଶତକ ହାସଲ କରିଛନ୍ତି ମାହି । ଏହି ଦ୍ୱିଶତକ ଅବଶ୍ୟ ତାଙ୍କ ବ୍ୟାଟରୁ ଆସିନାହିଁ, କିନ୍ତୁ ଏହାକୁ ଏକ ଅପୂର୍ବ ଡବଲ ସେଞ୍ଚୁରୀ ବୋଲି କୁହାଯାଉଛି । ଏମିତି କାରନାମା କରିବାରେ ସେ ଅନେକ ବଡ ବଡ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି ।

15 hours after T20 snub, Dhoni answers critics with stunning catch

ଭାରତ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଧୋନୀ ୨୦୦ ଥର ଖେଳାଳିଙ୍କୁ କ୍ୟାଚରେ ଶିକାର କରି ପାଭିଲିୟନ ପଠାଇସାରିଛନ୍ତି । ୱିକେଟ କିପର ଭାବରେ ୨୦୦ କ୍ୟାଚ ନେବାର ସେ ଏକ ବଡ ଉପଲବ୍ଧି ନିଜ ନାମରେ କରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ୨ଟି କ୍ୟାଚ ନେଇ ନିଜ ୨୦୦ତମ କ୍ୟାଚରେ ନାମ ଲେଖାଇଥିଲେ କ୍ୟାପଟେନ କୁଲ ମାହି ।

MS Dhoni Gets to 200 Catches in T20s, Completes Achievement in LSG vs CSK Clash in IPL 2022 | ? LatestLY

ଟି-୨୦ ଫର୍ମାଟରେ ଏମିତି କରିବାରେ ସେ ପ୍ରଥମ ୱିକେଟ କିପର ହୋଇଛନ୍ତି । ୩୪୭ ଟି-୨୦ ମ୍ୟାଚରେ ସେ ୨୦୦ କ୍ୟାଚ ହାତେଇଛନ୍ତି । ତେବେ ତାଙ୍କ ପଛରେ ସାଥୀ ଖେଳାଳି ଦିନେଶ କାର୍ତ୍ତିକ ୧୮୨ଟି କ୍ୟାଚ ନେଇଛନ୍ତି । ତେବେ ୧୭୨ କ୍ୟାଚ ସହ ପାକିସ୍ତାନର କମରନ ଆକମଲ ତୃତୀୟ, କ୍ୱିଣ୍ଟନ ଡିକକ୍ ଚତୁର୍ଥ(୧୬୬) ଏବଂ ଦୀନେଶ ରାମଦିନ(୧୫୦) କ୍ୟାଚ ନେଇ ପଞ୍ଚମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.