ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଏମ ଏସ ଧୋନି କ୍ରିକେଟ ଜଗତରେ ନିଜର ଏକ ଛାପ ଛାଡି ଯାଇଛନ୍ତି । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଧୋନିଙ୍କ ସମ୍ପର୍କରେ ଜାଣିବାକୁ ଉତ୍ସାହ ରହିଛି । ତେବେ ଏହି ଖେଳାଳି କେତେ ସମ୍ପତ୍ତି ଠୁଳ କରିଛନ୍ତି ତାଙ୍କ କ୍ୟାରିୟରରେ ତାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉକ୍ରଣ୍ଠା ରହିଛି । ଆସନ୍ତୁ ଆଜି ଜାଣିବା, ଧୋନିଙ୍କର ମୋଟ ସମ୍ପତ୍ତି କେତେ?
୨୦୨୪ ସୁଦ୍ଧା ଧୋନିଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୨୭ ମିଲିୟନ ଡଲାର ଥିବା ଜଣାପଡିଛି, ଯାହା ଭାରତୀୟ ମୁଦ୍ରାରେ ୧୦୪୦ କୋଟି ଟଙ୍କା ହେବ । ଏତେ ସମ୍ପତ୍ତି ମାହି ଆଇପିଏଲ, ବିଜ୍ଞାପନ ଓ ଡାଇରେକ୍ଟ କୁ କନ୍ଜୁମର ବିଜନେସ ଫାର୍ମରେ ନିବେଶ କରି ସେ ଏହି ସମ୍ପତ୍ତି ଠୁଳ କରିଛନ୍ତି । ଏସବୁରୁ ମାହି ମାସିକ ୪ କୋଟି ଟଙ୍କା ପାଇଥାନ୍ତି । ଏମିତି ଏକ ସମୟ ଥିଲା, ଯେତେବେଳେ ଧୋନି ୩୦ ବଡ ବଡ ବ୍ରାଣ୍ଡର ବିଜ୍ଞାପନ କରୁଥିଲେ । ଏହା ବ୍ୟତୀତ ସେ ଫାର୍ମିଂ ମଧ୍ୟ କରୁଛନ୍ତି । କଡକନାଥ ଚିକେନ ଚାଷରୁ ଧୋନି ମୋଟା ଅଙ୍କର ରୋଜଗାର କରନ୍ତି ।
ତାଙ୍କ ଖେଳ କ୍ୟାରିୟରରୁ ମଧ୍ୟ ବେଶ ମୋଟା ଅଙ୍କର କମାଇ କରିଛନ୍ତି ଧୋନି । ଭାରତ ପାଇଁ ୯୦ ଟେଷ୍ଟ, ୩୫୦ ୱାନଡେ, ୯୮ ଟି-୨୦ ଖେଳି ବିଜୟୀ ହୋଇଛନ୍ତି । ତାଙ୍କ ବ୍ୟାଟ୍ସରୁ ୧୪୪ ମ୍ୟାଚରେ ୩୮.୦୯ ହାରରେ ସେ ୪୮୭୬, ୱାନଡେରେ ୨୯୭ ମ୍ୟାଚରୁ ୫୦.୫୮ ହାରରେ ୧୦୭୭୩ ଓ ଟି-୨୦ର ୮୫ ମ୍ୟାଚରୁ ୧୬୧୭ ରନ ହାସଲ କରିଛନ୍ତିା
ସେହିପରି ଆଇପିଏଲ କ୍ୟାରିୟରରେ ମୋଟ ୨୬୪ ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରୁ ୨୨୯ରୁ ୩୯.୧୩ ହାରରେ ୫୨୪୩ ରନ ହାସଲ କରିଛନ୍ତି । ଆଇପିଏଲରେ ଧୋନି ୨୪ଟି ଅର୍ଦ୍ଧ ଶତକ ନିଜ ନାଁରେ କରିଥିଲେ ।