fbpx

ଚେନ୍ନାଇ ଜିତିବ ପଞ୍ଚମ ଟାଇଟଲ?: ନୂଆ ସିଜନ ପାଇଁ ଖତରନାକ ପ୍ଲାନ କରୁଛି ଧୋନୀବାହିନୀ

ନୂଆଦିଲ୍ଲୀ: କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ ଓଚଖର ସବୁଠୁ ସଫଳ ଟିମ । ଆଜି ପର୍ଯ୍ୟନ୍ତ ୪ଥର ଟ୍ରଫିକୁ ନିଜ ନାମରେ କରିଛନ୍ତି ମାହି । ତେବେ ୨୦୨୨ରେ ଦଳର ସନ୍ତୁଳନ ଏବଂ ଖେଳାଳିମାନଙ୍କୁ ଦେଖି ଚଳିତ ସିଜନରେ ମଧ୍ୟ ପଞ୍ଚିମ ଥର ପାଇଁ ଟ୍ରଫି ହାସଲ କରିବା ପାଇଁ ପ୍ରବଳ ଦାବିଦାରୀ ହୋଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଧୋନୀ ମଧ୍ୟ ଏଥିପାଇଁ କୁବ ଅଙ୍କକଷା ଆରମ୍ଭ କରି ଦେଲେଣି । ଖେଳାଳିମାନଙ୍କୁ ନେଇ ଆରମ୍ଭ କରିଛନ୍ତି ଗୋଟି ଚାଳନା । ନୂଆ ନୂଆ ଅସ୍ତ୍ର ଧରି ଏଥର ମଇଦାନରେ ଚେନ୍ନାଇ ଧୂମ ମଚାଇବ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏହାର କିଛି ପ୍ରମୁଖ କାରଣ ।

From MS Dhoni's CSK to Virat Kohli's RCB: Details of prize money won in IPL 2021, in pics | News | Zee News

ଘାତକ ଅଲରାଉଣ୍ଡର:

Deepak Chahar praises fielder Ravindra Jadeja: I want 11 Jaddus on field: Deepak Chahar heaps praise on Ravindra Jadeja for his fielding blitz in CSK's big win over PBKS | IPL 2021 News

ଚେନ୍ନାଇ ସୁପର କିଙ୍ଗସ ନିକଟରେ ଏହି ସିଜନ ପାଇଁ ଜଣକ ପରେ ଜଣେ ସୁପରଷ୍ଟାର ଅଲରାଉଣ୍ଡର ରହିଛନ୍ତି । ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଦଳର ଏକ ପ୍ରମୁଖ ଅଂଶ ହୋଇ ରହିଛନ୍ତି । ତାଙ୍କ ବ୍ୟତୀତ ମୋଇନ ଅଲୀ ଏବଂ ଦୀପକ ଚହର ମଧ୍ୟ ଦଳରେ ମୁଖ୍ୟ ଭୂମିକା ତୁଲାଇଛନ୍ତି । କେବଳ ସେତିକି ନୁହେଁ, ଷ୍ଟାଇଲିସ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ମଧ୍ୟ ଦଳରେ ପୁଣି ଥରେ ଯୋଡି ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜାଡେଜା ଏବଂ ମୋଇନ ଅଲୀଙ୍କୁ ଦଳ ରିଟେନ କରିଥିବା ବେଳେ ଦୀପକ ଚହରଙ୍କୁ ୧୪ କୋଯି ଟଙ୍କାରେ ଦଳରେ ସାମିଲ କରିଛି । ତେଣୁ ଏମାନଙ୍କର ଖେଳିବା ଏକପ୍ରକାର ନିଶ୍ଚିତ । ସେହିପରି ଡେଥ ଓଭର ସ୍ପେଶାଲିଷ୍ଟ ବ୍ରାଭୋ ମଧ୍ୟ ଏକାଦଶରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଶିଭମ ଦୁବେ ପ୍ରଥମ ଥର ପାଇଁ ଚେନ୍ନାଇ ସହ ଯୋଡି ହୋଇଥିବା ବେଳେ ତାଙ୍କୁ ମଧ୍ୟ ସୁଯୋଗ ଦେଇ ପାରନ୍ତି ମାହି ।

ଡୁପ୍ଲେସିସଙ୍କ ସ୍ଥାନରେ ଦମଦାର ଖେଳାଳି:

IPL 2021: Faf du Plessis, Deepak Chahar shine in CSK's smooth win over KKR | Cricket - Hindustan Times
ପୂର୍ବ ସିଜନର ଷ୍ୟାର ଓପନର ଫାଫ ଡୁପ୍ଲେସିସଙ୍କୁ ଚେନ୍ନାଇ ଚଳିତ ସିଜନରେ ହାତଛଡା କରିଛି । ତେଣୁ ତାଙ୍କ ସ୍ଥାନରେ ଋତୁରାଜଙ୍କ ସହ ଦଳ ତରଫରୁ ଓପନ କରି ପାରନ୍ତି ନୂଆ ଦମଦାର ବ୍ୟାଟ୍ସମ୍ୟାନ ଡେଭନ କନୱେ । ଗତ ବର୍ଷ ଫାପ ଏବଂ ଋତୁରାଜଙ୍କ ବ୍ୟାଟିଂ ସମସ୍ତ ଦଳକୁ ଚକମା ଦେଇଥିବା ବେଳେ ଚଳିତ ଥର କନୱେଙ୍କ ଡୁପ୍ଲେସିସଙ୍କ ସ୍ତାନ ପୂରଣ କରିବେ ବୋଲି ଆଶା ରହିଛି ।

ଜାଦୁଗର ଜାଡେଜା:

IPL 2021: All-Round Ravindra Jadeja Show Helps CSK Hand RCB Their First Defeat of the Season

ଦଳର ସୁପରଷ୍ଟାର ରବିନ୍ଦ୍ର ଜାଡେଜା ଚେନ୍ନାଇ ପାଇଁ ଖୁବ ଉପଯୋଗୀ ଉଭା ହୋଇଛନ୍ତି । ଚେନ୍ନାଇ ପାଇଁ ତ୍ରିଶୂଳ ଭାବରେ କାମ କରନ୍ତି ଜାଡେଜା । ବୋଲିଂ, ବ୍ୟାଟିଂ ସହିତ ପିଲ୍ଡିଂରେ ମଧ୍ୟ ନିଜ ଦମରେ ବିପକ୍ଷ ଟିମକୁ ବାନ୍ଧି ରକିବାରେ ସେ ଖୁବ ମାହିର । ତେଣୁ ତାଙ୍କର ଉପସ୍ଥିତି ଦଳ ପାଇଁ ବିଜୟର ଆଉ ଏକ ଆଶା ବୋଲି କୁହାଯାଉଛି ।

ସର୍ବଶ୍ରେଷ୍ଠ ଅଧିନାୟକ:

Watch video: Having played his last ODI in Ranchi, MS Dhoni hopes to play final T20 in Chennai

ବିଶ୍ୱର ସବୁଠାରୁ ମହାନ ଅଧିନାୟକ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନୀଙ୍କ ହାତରେ ରହିଛି ଚେନ୍ନାଇର ନେତୃତ୍ୱ । ତାଙ୍କ ଅଧିନାୟକତ୍ୱରେ ଦଳ ୪ ଥର ଟ୍ରଫି ହାସଲ କରିଛି । ନିଜର ବୁଦ୍ଧି ଏବଂ ଚାଲାକ ଦିମାଗ ଦ୍ୱାରା ଚେନ୍ନାଇକୁ ଅନେକ ମ୍ୟାଚରେ ବିଜୟ କରାଇଛନ୍ତି । କେବଳ ସେତିକି ନୁହେଁ, ଦଳରେ ତାଙ୍କ ଉପସ୍ଥିତି ଖେଳାଳିମାନଙ୍କ ମନରେ ନୂଆ ଜାଗରଣ ସୃଷ୍ଟ କରିଥାଏ । ସେପଟେ ୱିକେଟକିପର ଭାବେ କୌରସି ସମୟରେ ମ୍ୟାଚର ମୋଡ ପରିବର୍ତ୍ତନ କରିବାରେ ମାହିର ହେଉଛନ୍ତି ଧୋନୀ । ଆହୁରି ଦଳରେ ତାଙ୍କ ଭଳି ଜଣେ ମହାନ ଫିନିଶର ରହିବା ମାନେ ବିପକ୍ଷ ଟିମ ବୋଲର ଉପରେ ସର୍ବଦା ଚାପ ରହିଥାଏ । ଯଦିଓ ଗତ ସିଜନରେ ତାଙ୍କ ବ୍ୟାଟ ଶାନ୍ତ ରହିଛି, କିନ୍ତୁ ଚଳିତ ସିଜନରେ ପୁଣିଥରେ ସେହି ଭିଣ୍ଟେଜ ମାହିଙ୍କୁ ଦେଖିବେ ବୋଲି ଦର୍ଶକ ଅପେକ୍ଷା କରି ରହିଛନ୍ତି । ସେ ଦଳରେ ରହିବା ହେଉଛି ପଞ୍ଚମ ଟାଇଟଲ ଜିତିବାର ସବୁଠୁ ବଡ ଆଶା ଆଉ ବିଶ୍ୱାସ ।

One Moon. One Sun. One MS. Super Birthday to the Most Special! The Most Special, now and always! Now a… | Chennai super kings, Dhoni wallpapers, Ms dhoni wallpapers

Get real time updates directly on you device, subscribe now.