fbpx

ଧୁମ ଷ୍ଟାଇଲରେ କରୁଥିଲା ଚୋରୀ: ଧରା ପଡିଲା ପୋଲିସକୁ ଚାଲେଞ୍ଜ ଦେଉଥିବା ଷ୍ଟାଇଲିସ ଚୋର

ନବରଙ୍ଗପୁର: ଚୋରି କରିବାର ଥିଲା ନୂଆ ଅନ୍ଦାଜ । ଚୋର ମୁଣ୍ଡରେ ଘାରିଥିଲା ‘ଧୁମ’ର ନିଶା । ଜିନିଷ ଚୋରାଇବା ପରେ ଘଟଣାସ୍ଥଳରେ ଲେଖି ଦେଇଥିଲା ‘ଧୁମ-୪’ । ବଲିଉଡ ସିନେମା ଧୁମ ସିରିଜର ଚୋର ଷ୍ଟାଇଲରେ ଚୋରି କରିବା ପଡିଛି ମହଙ୍ଗା । ଧରା ପଡିଛି ପୋଲିସକୁ ଚାଲେଞ୍ଜ ଦେଇ ଚୋରି କରୁଥିବା ଚୋର । ପୋଲିସ ଜାଲରେ ଫସିଯାଇଛି ଏହି ଲୁଟେରା ।

ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍କୁଲରୁ ଚୋରି କରି ‘ଧୁମ-୪’ ଲେଖି ଦେଇଥିଲା ଚୋର । କେବଳ ସେତିକି ନୁହେଁ, ପରେ ଫେରି ପୁଣି ସ୍କୁଲର କଳାପଟାରେ ନିଜ ଫୋନ ନମ୍ବର ଲେଖି ଦେଇଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଯାଇଛି । ପୋଲିସ ହାତରେ ଧରା ପଡି ଯାଇଛନ୍ତି ଦୁଇ ଚୋର । ତେବେ ଉଭୟ ଚୋର ଗ୍ରାଜୁଏଟ ହୋଇଥିବା ସୂଚନା ମିଳିଛି । କିନ୍ତୁ ଚୋରି କରିବାର ଏହି ଷ୍ଟାଇଲ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଧୁମ ଚଳଚ୍ଚିତ୍ର ଷ୍ୟାଇଲରେ ଚୋରି କରୁଥିବା ଏହି ଚୋର ଶେଷରେ ପୋଲିସ କବଜାରେ ପସିଛନ୍ତି ।

Get real time updates directly on you device, subscribe now.